jayashree

୫ଦିନିଆ ଛତ୍ରପୁର ମହୋତ୍ସବରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ଗୀତରେ ଦର୍ଶକ ଝୁମିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଐତିହାସିକ ଠାକୁରାଣୀ ଯାତ୍ରାକୁ ଦକ୍ଷିଣ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଛତ୍ରପୁର ଷ୍ଟାଡିୟମରେ ସୋମବାର ସନ୍ଧ୍ୟାରେ ୫ଦିନିଆ ଛତ୍ରପୁର ମହୋତ୍ସବ ଆରମ୍ଭ ହୋଇଯାଇଛି । ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଉଠୁଛି ପଡୁଛି ଛତ୍ରପୁର ସହର । ଜନଗହଳି ସାଙ୍ଗକୁ ଆଲୋକ ତୋରଣରେ ସୁସଜ୍ଜିତ ସହରକୁ ଅଧିକ ଆକର୍ଷଣୀୟ କରିଛି । ଏହି ଅବସରରେ ଛତ୍ରପୁରର କଳା, ସଂସ୍କୃତି ଓ ପରମ୍ପରାର ଗାରିମାମୟ ଐତିହ୍ୟକୁ ଉଜ୍ଜୀବିତ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ପ୍ରୟାସରେ ଏହି ମହତ୍ତ୍ୱ ବହନ କରିଛି । ସ୍ୱତନ୍ତ୍ର ଆକର୍ଷଣରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ ଏବଂ ଅନୁରାଗ ଦାଶଙ୍କ ଗୀତର ଯାଦୁରେ ଅଗଣିତ ଦର୍ଶକ ବିମୋହିତ ହୋଇଥିଲେ । ଚଳିତ ବର୍ଷ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଆସିଥିବା ଲକ୍ଷାଧିକ ଦର୍ଶକ ଏହି ସମସ୍ତ ଯାତ୍ରାରେ ଉପଭୋଗ କରିଥିଲେ ।

Leave A Reply

Your email address will not be published.