ବ୍ଳକ ସ୍ତରୀୟ ବିଂଝାଲ ସମାଜ କମିଟି ଗଠନ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲାର ଖପ୍ରାଖୋଲ ବ୍ଳକ ମାଟିଆଭଟା ପଞ୍ଚାୟତ ମାଟିଆଭଟା ଗ୍ରାମର ବସ୍ତ୍ରେନ ମନ୍ଦିର ଠାରେ ବ୍ଳକ ସ୍ତରୀୟ ବିଂଝାଲ ସମାଜର ଏକ ବୈଠକ ପୂର୍ବତନ ସଭାପତି ଲୋଚନ ସିଂ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ସଭାପ୍ରାରମ୍ଭରେ ସମାଜର ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ସଭା ଆରମ୍ଭ ହୋଇଥିଲା । ଏଥିରେ ଜିଲ୍ଲା ଉପ ସଭାପତି ଅର୍ଜୁନ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମାଜ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମାଜ ଆୟ ବ୍ୟୟର ସମ୍ପୁର୍ଣ୍ଣ ବିବରଣୀ ହିସାବ ପ୍ରକାଶ କରିବା ପାଇଁ ବ୍ଳକ କମିଟିଙ୍କୁ ଦେବାକୁ ସଭାରେ ମତପ୍ରକାଶ ପାଇଥିଲା । ଆସନ୍ତା ଜିଲ୍ଲା ସ୍ତରୀୟ ମହାସଭା ଅନୁଷ୍ଠିତ ହେବାକୁ ଥିବା ସଭାକୁ ବହୁ ସଂଖ୍ୟାରେ ଯୋଗଦେବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା । ବ୍ଳକର ସାହାଜ ପାଣି, ବିନ୍ଦେର, ରେଙ୍ଗାଲି, ମହରାପଦର, ଭାନପୁର, ନାନ୍ଧୁପଲା, ଓଡିଆ ପାଲି, ଧଣ୍ଡାମୁଣ୍ଡା, ମାଟାଆଭଟା, ଲୁହାସିଂହା, ଚଙ୍ଗରିଆ ଆଦି ପଞ୍ଚାୟତ ସ୍ତରୀୟ ବିଂଝାଲ ସମାଜ ନବ ନିର୍ବାଚିତ ସଭାପତିମାନଙ୍କୁ ସଭାରେ ଫୁଲ ଗୁଚ୍ଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ବ୍ଳକ ୨୧ଟି ପଞ୍ଚାୟତରୁ ସମାଜର କର୍ମକର୍ତ୍ତାଙ୍କ ସମେତ ଶତାଧିକ ସମାଜ ବ୍ୟକ୍ତି ବିଶେଷ ଯୋଗଦେଇ ଥିଲେ । ବ୍ଳକ ସଂପାଦକ ପବିତ୍ର ବରିହା ସ୍ବାଗତ ଭାଷଣ ଦେଇଥିବା ବେଳେ ବିଜୟ ଲାଲା ବରିହା ପରିଚାଳନା କରିଥିଲେ ।

Leave A Reply

Your email address will not be published.