csstore

ସ୍ୱର୍ଗତ ନିତ୍ୟାନନ୍ଦ ନାୟକଙ୍କ କାବ୍ୟାକୃତି କଳିଙ୍ଗର ବୀରାଙ୍ଗନା ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଜଣେ ଜଣାଶୁଣା ସାହିତ୍ୟିକ, କବି ନିତ୍ୟାନନ୍ଦ ନାୟକ (କାଶ୍ୟପ)ଙ୍କ ବିୟୋଗ ପରେ, ତାଙ୍କର ଗଙ୍ଗାଭୋଜି ଅବସରରେ ତାଙ୍କ ଦ୍ୱାରା ରଚିତ କାବ୍ୟାକୃତି “କଳିଙ୍ଗର ବୀରାଙ୍ଗନା” ସେକ୍ଟର ୧୮ ସ୍ଥିତ ସୋସିଆଲ ହୋମଠାରେ ଉନ୍ମୋଚିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ ସ୍ୱର୍ଗତ ନାୟକ ଆରଏସପିରେ ଚାକିରି କରୁଥିବା ସମୟରେ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇ ଇସ୍ପାତ ସାହିତ୍ୟ ସଂସଦର ଜଣେ ପ୍ରତିଷ୍ଠାତା ସଦସ୍ୟ ଓ ପରେ ସାଧାରଣ ସମ୍ପାଦକ ଦାୟିତ୍ଵ ତୁଲାଇଥିଲେ । ତାଙ୍କ ଦ୍ୱାରା ରଚିତ ସାଗିନା ବେଗମ୍, ତପସ୍ୟାର ବାଲୁଚର, କୁହୁକ ଫୁଲର ବାସ୍ନା, ଛଦ୍ମଛାୟା, ଚନ୍ଦ୍ରସେଣାର ପ୍ରୀତି, ରାହୁ ଗ୍ରସ୍ତ ସୂର୍ଯ୍ୟ ପ୍ରଭୁତି ପ୍ରକାଶିତ ହୋଇ ଆମ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିଛି । ଏହି ଅବସରରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଅତିଥି ଭାବେ ଯୋଗଦେଇ ତାଙ୍କର କାବ୍ୟାକୃତି କଳିଙ୍ଗର ବୀରାଙ୍ଗନା ସହ ସ୍ମୃତିରେ ନିତ୍ୟାନନ୍ଦ ପୁସ୍ତକକୁ ଉନ୍ମୋଚିତ କରି ତାଙ୍କ ସାରସ୍ଵତ ଓ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା କୃପାସିନ୍ଧୁ ନାୟକ, କବି ରଘୁବର ଧଳ, କବି ରାଜୀବ ପାଣି, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ତ୍ରିଲୋଚନ ସ୍ୱାଇଁ, ତୃପ୍ତି ମହାନ୍ତି, ବିଷ୍ଣୁପ୍ରିୟା ମହାପାତ୍ର, ବ୍ରଜବିହାରୀ ଦାଶ, ଅଙ୍ଗୁରବାଳା ପରିଡ଼ା, ପୁତ୍ର ଇଂ ଶୁଭେନ୍ଦୁ କୁମାର ନାୟକ, କନ୍ୟା ନିତିକା ନାୟକ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ପରିବାର ବର୍ଗଙ୍କ ସହ ବହୁ ସାହିତ୍ୟିକ, କବି ଓ ଶୁଭେଚ୍ଛୁ ମାନେ ଉପସ୍ଥିତ ଥିଲେ । ଶେଷରେ ପୁତ୍ର ଇଂ ନାୟକ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.