pakka

ପ୍ରାଚୀର ପତ୍ର କଦମ୍ବ ଉନ୍ମୋଚିତ

bbehera

କଣ୍ଟାମାଲ, (ମମତା ମହାକୁର) : ଶିଶୁ ମାନଙ୍କୁ ସୃଜନମନସ୍କ କରିବା ପାଇଁ ପ୍ରାଚୀର ପତ୍ର “କଦମ୍ବ” କଣ୍ଟାମାଲ ବ୍ଲକ ଖଟଖଟିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସମୀର କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଶ୍ୱଜିତ ବସ୍ତିଆ ଯୋଗଦେଇ ଶିଶୁମାନଙ୍କ ପାଇଁ ଏଭଳି ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ । ଏଥିରେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଗଳ୍ପ ଓ କବିତା ସ୍ଥାନୀତ ହୋଇଛି । ଏହି ପ୍ରାଚୀର ପତ୍ରର ସଂପାଦନା ମଣ୍ଡଳୀରେ ଶିକ୍ଷୟତ୍ରୀ ଦୀପ୍ତିମୟୀ ବୈଠାରୁ, ବନିତା ମେହେର ଥିବା ବେଳେ ପ୍ରଧାନ ଶିକ୍ଷକ ମୁଖ୍ୟ ସଂପାଦକ ଓ ଶିକ୍ଷକ ରଂଜୁ ଅମାତ କାର୍ଯ୍ୟକାରୀ ସଂପାଦକ ଭାବେ ରହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସହଯୋଗୀ ସମ୍ପାଦନା ମଣ୍ଡଳୀରେ ଶିକ୍ଷକ ସୁରେନ୍ଦ୍ର କମ୍ପ, ଶୈଳେନ୍ଦ୍ର ବସ୍ତିଆ, ନୃପମଣୀ ମହାଳିକ, ବୈଶାଖୁ ବସ୍ତିଆ, ସ୍ନେହପ୍ରଭା ମହାପାତ୍ର ପ୍ରମୁଖ ରହିଛନ୍ତି । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଡାଙ୍ଗ, ଛାତ୍ର ଲିଲନ ବସ୍ତିଆ, ଚନ୍ଦ୍ରକାନ୍ତି ନାଏକ, ଲିପସା ନାଏକ, ଶିବନୀ ବାଘ, ଝାଂସି ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

five × 5 =