pakka

ଇସ୍ପାତ ସାହିତ୍ୟ ସଂସଦର ଗୀତି କବିତା ଆସର

bbehera
  • ଗୀତି କବିତା ସବୁ ପାଠକଙ୍କ ହୃଦୟରେ ସ୍ପନ୍ଦିତ ହୋଇଥାଏ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୀତି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ତ୍ରିଲୋଚନ ମଥାନଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ୱାଳଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜୟଲକ୍ଷ୍ମୀ ପଟ୍ଟନାୟକ ମୁଖ୍ୟ ଅତିଥି ଓ ପ୍ରତାପ କୁମାର ରାୟ ସମ୍ମାନିତ ଅତିଥି, ଆଲୋଚକ ଭାବେ ସଂଗୀତଜ୍ଞ ଶରତଚନ୍ଦ୍ର ଧଳ ଓ ଅନ୍ୟତମ ଆଲୋଚିକା ଭାବେ ଉପସଭାପତି ରଶ୍ମିବାଳା ରାଉତରାୟ ଯୋଗଦେଇ ଗୀତି କବିତା ସଂପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ କହିଥିଲେ ଯେ, ଗୀତିକବିତାର ବିଷୟ ବିନ୍ୟାସ, ପଠନ ଶୈଳୀ, ଭାବ ବିଭବ ଓ ସାଂଗୀତିକତା ମନକୁ ପୁଲକିତ କରିଥାଏ ତଥା ସବୁସ୍ତରର ପାଠକର ହୃଦୟରେ ସ୍ପନ୍ଦିତ ହୋଇଥାଏ । ପ୍ରାରମ୍ଭରେ ସାଧାରଣ ସଂପାଦକ ଶ୍ରୀ ବିଶ୍ବାଳ ଅତିଥିଙ୍କୁ ସ୍ବାଗତ କରିବା ସହ ପରିଚୟ ପ୍ରଦାନ ଓ ଭାରତ ରତ୍ନ ଲତା ମଙ୍ଗେସ୍‌କରଙ୍କ ବିୟୋଗରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ଡି.ବ୍ରହ୍ମାଙ୍କ ସଭାପତିତ୍ବ ତଥା ବରିଷ୍ଠ କବୟିତ୍ରୀ ବିଜୟିନୀ ଜେନା ଓ ଉର୍ବଶୀ ଦାଶଙ୍କ ସଂଯୋଜନାରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଉପେନ୍ଦ୍ର ବସ୍ତିଆ, ସ୍ନେହଲତା ପଟ୍ଟନାୟକ, ରଶ୍ମିବାଳା ରାଉତରାୟ, ନୃସିଂହ ଚରଣ ବିଶ୍ବାଳ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ପ୍ରଭାତ ନଳିନୀ ସାହୁ, ସବିତା ବସ୍ତିଆ, ପ୍ରତାପ କୁମାର ରାୟ, ଶରତ କୁମାର ଧଳ, ପ୍ରକାଶ ଚନ୍ଦ୍ର ସେଠୀ, ବିଜୟ ସେନାପତି, ବିଷ୍ଣୁ ପ୍ରସାଦ ରଥ, ବିଜୟିନୀ ଜେନା, ଶ୍ବେତକୁମାର ବେହେରା, ସି.ବ୍ରହ୍ମା, ଉର୍ବଶୀ ଦାଶ ପ୍ରମୁଖ କବିତା ପାଠ କରିଥିଲେ । ସ୍ବର ଓ ଲୟରେ ଗାନ କରାଯାଇଥିବାରୁ ଗୀତିକବିତା ଗୁଡିକ ଏକ ସଂଗୀତମୟ ଓ ମଧୁରମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଆସରରେ ଶଙ୍କର ପ୍ରସାଦ ତ୍ରିପାଠୀ, କୁଞ୍ଜବିହାରୀ ରାଉତ, ଡଃ କିଶୋରୀ ଦାଶ, ସସ୍ମିତା ପ୍ରଧାନ, ଅଶୋକ କୁମାର ପଟ୍ଟନାୟକ, ବଳରାମ ଦାସ, ବିକ୍ରମ ଆଚାର୍ଯ୍ୟ, ହରିହର ଶତପଥୀ, ଅର୍ଚ୍ଚନା ପାତ୍ର, ପ୍ରମୋଦ କୁମାର ସ୍ବାଇଁ, ବ୍ରଜବିହାରୀ ଦାଶ, ପଙ୍କଜ ପାତ୍ର, ନଳିନୀକାନ୍ତ ଧର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ପ୍ରଭାତ ନଳିନୀ ସାହୁ ଓ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

3 + 8 =