jsm

ଓଏସ୍‌ଏସ୍‌ସି ଦୁର୍ନୀତିର କମିଶନ୍ ପାଲିଟିଛି : ଭାଜପା ଯୁବମୋର୍ଚ୍ଚା

csstore

ବରଗଡ଼, (କେପିଏନ୍‌ଏସ୍‌) : ଓଡ଼ିଶା ଷ୍ଟାପ୍‌ ସିଲେକସନ୍‌ କମିଶନ୍ ଏବେ ଦୁର୍ନୀତିର ଅଫିସ ପାଲିଟିଛି ଏବଂ ଚାକିରି ବିକ୍ରି କମିଶନରେ ପରିଣତ ହୋଇଛି ବୋଲି ଭାଜପା ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଛି । ରାଜ୍ୟ ସରକାର ଏହା ରୋକିବାରେ ବିଫଳ ହୋଇଛନ୍ତି, ରାଜ୍ୟର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କ ଭାଗ୍ୟ ସହ ଖେଳ ଖେଳୁଛନ୍ତି, ସରକାରଙ୍କ ଲାଞ୍ଚ ବଦଳରେ ଚାକିରି ନୀତିର ପ୍ରତିବାଦରେ ଆଜି ବରଗଡ଼ ଥାନା ଛକଠାରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ସଭ୍ୟ/ସଭ୍ୟା ଏକ ଶୋଭାଯାତ୍ରାରେ ବାହାରି ବରଗଡ଼ ସହର ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ଭଟଲି ଥାନା ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ସହ କୁଶ ପୁତ୍ତଳିକା ଦାହ କରିଥିଲେ । ଏଥିରେ ଜିଲ୍ଲା ସଭାପତି ସହ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.