jayashree

ଉସର୍ଗୀକୃତ ସେବା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହରରେ ତାଣ୍ଡବ ରଚି ଯାଇଥିବା ଝଡ ବାତ୍ୟାରେ ନିଜ ଜୀବନକୁ ବାଜି ଲଗାଇ ଉତ୍ସର୍ଗୀକୃତ ସେବା ପ୍ରଦାନ କରିଥିବା ଅଗ୍ନିଶମ, ପୌର ପରିଷଦ, ବିଦ୍ୟୁତ୍ ବିଭାଗ ଓ ପୋଲିସ ବିଭାଗ ସମେତ ଜିଲ୍ଲା ତଥା ପଡ଼ୋଶୀ ଜିଲ୍ଲାର ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ଓ ବିଭିନ୍ନ ସମାଜସେବୀ ସଙ୍ଗଠନକୁ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି ଜିଲ୍ଲାପାଳ ଡ଼. ନୃପରାଜ ସାହୁ ଓ ଏସପି ଶ୍ରୀ ନାରାୟଣ ନାୟକ । ସନ୍ଧ୍ୟାବେଳେ ସମସ୍ତ ବିଭାଗର ଯୋଦ୍ଧା ଓ ସମାଜସେବୀ ସଙ୍ଗଠନ ଏଵଂ ସମାଜସେବୀ ଗୋବିନ୍ଦ ମହାରଣା ଙ୍କୁ ଜିଲ୍ଲା ପ୍ରସାଶନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ଜିଲ୍ଲାପାଳଙ୍କ ବାସଭବନ ସ୍ଥିତ କାର୍ଯ୍ୟାଳୟରେ ଆପ୍ୟାୟିତ କରାଯାଇଥିଲା । ଏହି ଅବସରରେ ଡ. ସାହୁ କହିଥିଲେ ଆମ ପ୍ରଶାସନିକ ଅଧିକାରଙ୍କ ସହିତ ଆମେ ସମସ୍ତେ ମିଶି କାଳ ବୈଶାଖୀର ତିନିଦିନ ଭିତରେ ପ୍ରାୟ କାର୍ଯ୍ୟର ସମାଧାନ କରିଥିବାରୁ ସମସ୍ତ ଯୋଦ୍ଧାଙ୍କୁ ଅନେକ ଅନେକ ଧନ୍ୟବାଦ । ସୂଚନା ଯୋଗ୍ୟ ଯେ, ୨୮ ତାରିଖ ଗୁରୁବାର ଦିନ ସନ୍ଧ୍ୟା ପ୍ରାୟ ୮ ଟା । ସୋନପୁର ସହରକୁ ଗ୍ରାସ କଲା କାଳ ବୈଶାଖୀ । ଚାହୁଁ ଚାହୁଁ କିଛି ସମୟ ଭିତରେ ସବୁ ହୋଇଗଲା ଓଲଟ ପାଲଟ । ଭାଙ୍ଗିଗଲା ଶହ ଶହ ଗଛ, ଉଡ଼ିଲା ବାଇକ୍, ଟିଣ ଛାତ, ଭାଙ୍ଗିଗଲା ଶହ ଶହ ଲାଇଟ୍ ପୋଲ । ଜିଲ୍ଲା ପ୍ରଶାସନ ତଥା ଅଗ୍ନିଶମ ବାହିନୀ ଓ ଟାଟା ପାୱାରର ଓ ପୌର ବିଭାଗର ଶହ ଶହ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ସ୍ଥିତିରେ ୩ ଦିନ ପରେ ଗତକାଲି ସୁଧାର ଆସିଥିଲା । ସନ୍ଧ୍ୟାବେଳେ ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରେ ନିୟୋଜିତ ହୋଇଥିବା ସମସ୍ତ ଯୋଦ୍ଧାଙ୍କୁ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଉପ ଜିଲ୍ଲାପାଳ ଡ଼. ସୌମ୍ୟାରୂପା ରଥ, ବିଡ଼ିଓ ପ୍ରତୀକ କର ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହି କୃତଜ୍ଞତା ଜ୍ଞାପନ କରାଯିବା ସହ ସମସ୍ତଙ୍କୁ ଆପ୍ୟାୟିତ କରାଯାଇଥିଲା ।

Leave A Reply

Your email address will not be published.