ଦ୍ୱିତୀୟ ଦିନ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ଼ମିଣ୍ଟନ ଚମ୍ପିୟାନସିପ୍‌

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘ ବଲାଙ୍ଗିର ଆନୁକୂଲ୍ୟରେ ୟନେକ୍ସ-ସନରାଇଜ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍‌ ଆଜି ଦ୍ୱିତୀୟ ଦିନର ଖେଳର ରିପୋର୍ଟ ହେବା ପର୍ଯ୍ୟନ୍ତ ୭୫ଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ହୋଇଥିବା ମ୍ୟାଚ୍‌ ମଧ୍ୟରୁ ୧୧ ବର୍ଷ ବାଳକ, ୧୧ ବର୍ଷ ବାଳିକା, ୧୩ ବର୍ଷ ବାଳିକା ଓ ୧୭ ବର୍ଷରୁ କମ ବାଳିକା ଫାଇନାଲ ଲାଇନଅଫ୍‌ ଚୁଡାନ୍ତ ହୋଇଯାଇଛି । ୧୧ ବର୍ଷ ବାଳକ ଫାଇନାଲରେ ଓଡିଶା ରାଜ୍ୟ ଚମ୍ପିୟାନ ସମର୍ଥ ପାଢୀ ଓ ଅର୍ଣ୍ଣବ ସାହୁଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ଏହି ବର୍ଗର ବାଳିକା ଫାଇନାଲରେ ଆଫିଆ ମଞ୍ଜର ଓ ଆଦ୍ୟାଶା ଆଚାର୍ଯ୍ୟଙ୍କ ମଧ୍ୟରେ ମୁକାବିଲା ହେବ । ୧୩ ବର୍ଷ ବାଳିକା ଫାଇନାଲରେ ସ୍ୱେତାଶ୍ରୀ ନାଏକ ଏବଂ ରିଚା ଅଗ୍ରୱାଲ ମଧ୍ୟରେ ମୁକାବିଲା ହେବ । ୧୭ ବର୍ଷ ବାଳିକା ଫାଇନାଲ ନିୟତି ମଡକାମିଙ୍କ ସହିତ ଅନ୍ୱେଷା ମଲାନାଙ୍କ ମଧ୍ୟରେ ମୁକାବିଲା ହେବାର ଚୁଡାନ୍ତ ହୋଇଯାଇଛି । ମିକ୍ସ ଡବଲ୍ସ ବରିଷ୍ଠ ବର୍ଗର ଫାଇନାଲ ବିନିତ ନାଏକ ଏବଂ ସାଥୀ ନନ୍ଦିନୀ ଲାଲ ଏବଂ ହିମାଂଶୁ ହାତୀ ଏବଂ ସାଥୀ ସାୟାଂଶି ନାହାକଙ୍କ ମଧ୍ୟରେ ଆସନ୍ତା ୨୨ ତାରିଖ ଦିନ ଅନୁଷ୍ଠିତ ହେବ । ଆଜି ଅନୁଷ୍ଠିତ ହୋଇଥିବା ଅନ୍ୟ ଖେଳ ଗୁଡିକ ଅଣ୍ଡର – ୧୫ ବାଳକ ସେମିଫାଇନାଲରେ ଆୟାନ ବେହେରା ସାଥୀ ସାଇ ଅର୍ପିତ ଖମାରି, ସୁୟାଂଶି ସିଂ ସାଥୀ ଶ୍ରୀୟାଂଶ ପତି, ଶଶାଙ୍କ ଶେଖର ସାଥୀ ବୈଭବ ଅଗ୍ରୱାଲ ଏବଂ ଗତିକ ପଟେଲ ସାଥୀ ସାଇ ଆୟୁଷଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ଠିକ୍‌ ସେହିପରି ଅଣ୍ଡର-୧୫ ବାଳିକା ସେମିଫାଇନାଲରେ ରିଚା ଅଗ୍ରୱାଲ ଓ ଇତିଶ୍ରୀ ମାଡକାମି ଏବଂ ଆଇସା ବାନୋ ଏବଂ ଗୁନଗୁନ ପଦ୍ମିନୀଙ୍କ ମଧ୍ୟରେ ଅନୁଷ୍ଠିତ ହେବ । ଜିଲ୍ଲା ବ୍ୟାଡ଼ମିଣ୍ଟନ ସଂଘ ସଂପାଦକ ସୁରୁଲାଲ ମଟାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ହୋଉଥିବା ଏହି ପ୍ରତିଯୋଗିତା ପରିଚାଳନା ପାଇଁ ଜାତୀୟ ତଥା ରାଜ୍ୟ ସଂଘ ଦ୍ୱାରା ସ୍ୱୀକୃତିପ୍ରାପ୍ତ ରେଫରୀମାନେ ନିଯୁକ୍ତ ହୋଇଛନ୍ତି । ଖେଳର ସୁପରିଚାଳନା ପାଇଁ ଅନ୍ୟମାନଙ୍କ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପ-ସଭାପତି ଘନଶ୍ୟାମ ମିଶ୍ର, ଯୁଗ୍ମ ସଂପାଦକ ମାନସ ମହାନ୍ତି, ବରିଷ୍ଠ ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ଅନନ୍ତ ବେହେରା ପ୍ରମୁଖ ବିଭିନ୍ନ ବିଭାଗର ଦାୟିତ୍ୱରେ ଅଛନ୍ତି । ମୁଖ୍ୟ ରେଫରୀ ଭାବେ ଜାତୀୟ ଗ୍ରେଡ-୨ ରେଫରି ହେମନ୍ତ ପ୍ରଧାନ ଏବଂ ଡେପୁଟି ରେଫରି ଭାବେ ଚନ୍ଦ୍ର ଶେଖର ମିଶ୍ର ନିଯୁକ୍ତ ହୋଇଛନ୍ତି । ସଟଲ କଣ୍ଟ୍ରୋଲ ଭାବେ କାସିମ ଇକ୍‌ବାଲ, ପ୍ରକାଶ ସାହୁ, ରେଶନ ଜୈନ, ଆଶିଷ ଦର୍ଜୀ, ଫିଜିଓ ତଥା ଫାଷ୍ଟଏଡ୍‌ ବିଶେଷଜ୍ଞ ଭାବେ ରାମ ନାରାୟଣ ଦାଶ, ପ୍ରକାଶ ଛନ୍ଦ, ରଶ୍ମିରାଣୀ ଦାଶ ଯୋଗଦାନ କରିଛନ୍ତି । ୨୧ ତାରିଖ ଦିନ ବାକି ରହିଯାଇଥିବା ସମସ୍ତ ବିଭାଗର ସେମିଫାଇନାଲ ଖେଳ ଅନୁଷ୍ଠିତ ହେବ ।

Leave A Reply

Your email address will not be published.