ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ରାଉରକେଲାକୁ ପୂର୍ଣ୍ଣାଙ୍ଗ ଜିଲ୍ଲା ଦାବି କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବଣେଇ, ରଘୁନାଥପାଲ୍ଲୀ, ରାଉରକେଲା ଏବଂ ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗୋଟିଏ ପୂର୍ଣାଙ୍ଗ ଜିଲ୍ଲା କରାଯିବାକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ରାଉରକେଲା ଜିଲ୍ଲା କଂଗ୍ରେସ ସଭାପତି ସାବିର ହୁସେନଙ୍କ ନେତୃତ୍ୱରେ ପ୍ରଦାନ କରାଯାଇଥିବା ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଏହି ଅଞ୍ଚଳର ଜନସାଧାରଣଙ୍କ ଉନ୍ନତି ତଥା ପ୍ରଶାସନିକ ସୁବିଧା ପାଇଁ ଗୋଟିଏ ପୂର୍ଣାଙ୍ଗ ଜିଲ୍ଲାର ଆବଶ୍ୟକତା ରହିଛି । ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ସାବିର ହୁସେନଙ୍କ ସମେତ ପୂର୍ବତନ ଜିଲ୍ଲା ସଭାପତି ରବି ରାୟ, ଜିଲ୍ଲା ଉପସଭାପତି ଖାଦେଳ ସେଠି, ଉପସଭାପତି ସରୋଜ ଲେଙ୍କା, ସାକିର ହୁସେନ, ପ୍ରଦ୍ୟୁମ୍ନ ସାଂଘଭି, ନଚିକେତା ମହାପାତ୍ର, କୁଲୱନ୍ତ କୌର, ସୁକେଶୀ ଦାସ, ଶିବୁ ଦୀପ, ବସନ୍ତ ସାମଲ, ସୁନୀଲ ସିଂ, ତରୁଣ ବାଗ, ବିକାଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Next Post
