
ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ଶିକ୍ଷା ଓ ଶିକ୍ଷକ ଆନ୍ଦୋଳନର ପୁରୋଧା, ବିଶ୍ୱ ଶିକ୍ଷକ ମହାସଂଘର ପ୍ରାକ୍ତନ ଉପସଭାପତି ତଥା ସାରସ୍ୱତ ସାଧକ ଦିବଂଗତ ପ୍ରଫେସର ଅବନୀ ବରାଳଙ୍କ ୯୨ତମ ଜନ୍ମଦିନ ଉପଲକ୍ଷେ ଜୁନ ୩ ତାରିଖରେ ସ୍ଥାନୀୟ ଶିକ୍ଷକ ଭବନ ଶାନ୍ତିନଗର ପଦ୍ମପୁର ଠାରେ ଓଡିଶା ପଛୁଆ ଅଂଚଳ ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ସଂଘ ଓ ଶିକ୍ଷକ ମହାସଂଘ ବରଗଡ଼ ଜିଲ୍ଲା ଶାଖା ଆନୁକୂଲ୍ୟରେ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ବରଗଡ଼ ଜିଲ୍ଲା ଓଷ୍ଟାର ପୂର୍ବତନ ସଭାପତି ପ୍ରୀତି ରଞ୍ଜନ ପ୍ରଧାନଙ୍କଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସଂଘର ଜିଲ୍ଲା ସଂଯୋଜକ ପ୍ରାଧ୍ୟାପକ ବିଦ୍ୟାଧର ଦାଶ, ମୁଖ୍ୟ ଅତିଥି ଓଷ୍ଟାର ପୂର୍ବତନ ରାଜ୍ୟ ଉପଦେଷ୍ଟା ସତ୍ୟନାରାୟଣ ତ୍ରିପାଠୀ,ସମ୍ମାନିତ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ଶାନ୍ତି ସ୍ୱରୂପ ପୁରୋହିତ, ପ୍ରାଧ୍ୟାପକ ଶଙ୍କରଲାଲ ଭୋଇ, ପ୍ରାଧ୍ୟାପକ ଉମାକାନ୍ତ ସାହୁ, ଅଧ୍ୟାପକ ନବୀନ କୁମାର ବାରିକ, ଶିକ୍ଷକ ନେତା ଟିକନୁ ସାହୁ, ଓଷ୍ଟାର ପଦ୍ମପୁର ବ୍ଲକ ସମ୍ପାଦକ ରବିଶଙ୍କର ପ୍ରଧାନ, ଯୁବ ସମାଜସେବୀ ମିଳନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଓଡିଶା ତଥା ବିଶ୍ୱର ଶିକ୍ଷା ଓ ଶିକ୍ଷକଙ୍କ ଉନ୍ନତି ତଥା ସାହିତ୍ୟ କ୍ଷେତ୍ରରେ ପ୍ରଫେସର ବରାଳଙ୍କ ଉଲ୍ଲେଖନୀୟ ଯୋଗଦାନ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ । ରବି ଶଙ୍କର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।