ଜମି ବିବାଦକୁ ନେଇ ଜଣେ ମୃତ

ବରୀ : ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଅଧିନସ୍ଥ ବାଲିବିଲ ପଞ୍ଚାୟତ ବାଲିବିଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁସାରେ, ବନୋଜ କବି(୬୨) ଓ ତାଙ୍କ ସାନ ଭାଇ ସନାତନ କବି(୫୭)ଙ୍କ ମଧ୍ୟରେ ଜମିଜମା ଘଟଣାକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ଆଜି ସକାଳେ ଉଭୟଙ୍କ ପରିବାର ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ପରେ ଉଭୟ ପରିବାରର ସଦସ୍ୟମାନେ ପରସ୍ପରକୁ ଆକ୍ରମଣ କରିଥିଲେ । ଉପସ୍ଥିତ ଥିବା ସନାତନ କବି ଓ ତାଙ୍କ ଦୁଇ ପୁଅ ସୁନା କବି ଓ ଚିନା କବିଙ୍କ ଆକ୍ରମଣରେ ବନୋଜ କବି ଗୁରୁତର ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକମାନେ ପ୍ରଥମେ ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କ ଅବସ୍ଥା ୠୁରୁତର ହେବାରୁ ପରେ ତାଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୁଖ୍ୟ ଅଭିଯୁକ୍ତ ସନାତନ କବିଙ୍କୁ ଥାନାରେ ଅଟକ ରଖିଛି ।

Leave A Reply

Your email address will not be published.

two × 1 =