om academy

ଆନ୍ତର୍ଜାତୀୟ ପର୍ବତ ଦିବସ

jsm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡିସେମ୍ବର ୧୧ ଆନ୍ତର୍ଜାତୀୟ ପର୍ବତ ଦିବସ । ମଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ପ୍ରତିଷ୍ଠିତ ‘ଆନ୍ତର୍ଜାତୀୟ ପର୍ବତ ଦିବସ’ ହେଉଛି ଏକ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ । ଆମ ଜୀବନରେ ପର୍ବତଗୁଡିକର ମହତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପର୍ବତର ଜୀବଜଗତ ପାଇଁ ଅବଦାନ ବିଷୟରେ ସଚେତନ ହେବା ତଥା ଏହାର ବିକାଶ କରିବା ହେଉଛି ଆମର ମୁଖ୍ୟ କର୍ତ୍ତବ୍ୟ । ବିଶ୍ଵସ୍ତରରେ ୨୦୦୩ ମସିହାରୁ ଏହା ପାଳନ କରାଯାଇଛି । ପର୍ବତ ଗୁଡିକ ହେଉଛି ଆମ ପ୍ରକୃତିର ଅଳଙ୍କାର । ବିଶ୍ଵର ୧୫ % ଲୋକ ପାହାଡ ଅଞ୍ଚଳରେ ବାସ କରନ୍ତି । ଏଠାରେ ବିଶ୍ଵର ପଚାଶ ପ୍ରତିଶତରୁ ଅଧିକ ଜୈବ ବିବିଧତା ଭରପୂର ଥାଏ । ଏହା କୃଷି ଓ ଖାଦ୍ୟ ସମ୍ପଦର ଏକ ପ୍ରଧାନ ଉତ୍ସ । ଏହା ଆମକୁ ଶକ୍ତି, ଔଷଧ ଇତ୍ୟାଦି ଯୋଗାଇଥାଏ । ଦୈନନ୍ଦିନ ଜୀବନ ପାଇଁ ମଧୁର ଜଳ ଓ ବିଶୁଦ୍ଧ ଅମ୍ଳଜାନ ଯୋଗାଇଥାଏ । ୨୦୨୩ ପାଇଁ ଥିମ୍ ହେଉଛି ପର୍ବତ ‘ପରିସଂସ୍ଥା ପୁନରୁଦ୍ଧାର’ । ଏହା ପର୍ବତ ଇକୋସିଷ୍ଟମ୍‌ ବା ପରିସଂସ୍ଥାର ପ୍ରାସଙ୍ଗିକତା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.