jayashree

ନିର୍ଭର ଯୋଗ୍ୟ ସ୍ଥିତିରେ ଇନ୍ଦ୍ରାବତୀ ଜଳଭଣ୍ଡାର : ବିଦ୍ୟୁତ ଉତ୍ପାଦନ ୫୫୫ ମେଗାୱାଟ

ଜୟପାଟଣା, (ଶେଷଦେବ ବେହେରା) : ଅନେକ କଳ୍ପନାର ଅନ୍ତକରି ଇନ୍ଦ୍ରାବତୀ ଜଳଭଣ୍ଡାର ଏବେ ସର୍ବୋଚ୍ଚ ସୀମାର ନିକଟ ହୋଇ ଆସୁଥିବା ବେଳେ ବିଦ୍ୟୁତ ଉତ୍ପାଦନକୁ ମଧ୍ୟ ସମାନ ପରିମାଣ ସର୍ବୋଚ୍ଚ ସୀମାର ପାଖାପାଖି ରଖିଥିବାର ସୂଚନା ମିଳିଛି । ବର୍ଷା ଆରମ୍ଭରୁ ଇନ୍ଦ୍ରାବତୀ ଜଳଭଣ୍ଡାରର ସ୍ଥିତି ରହିଆସୁଥିବାବେଳେ ଗତ ଅଗଷ୍ଟ ମାସର ବନ୍ୟା ଓ କ୍ରମାଗତ ବର୍ଷା ସ୍ଥିତିକୁ ସୁଧାରିବାରେ ସାହାଯ୍ୟ କରି ଜଳପତ୍ତନକୁ ଏକ ନିର୍ଭରଯୋଗ୍ୟ ସ୍ଥିତିରେ ପହଞ୍ଚାଇ ଦେଇଛି । ଜଳଭଣ୍ଡାର ଅଗଷ୍ଟ ୧ତାରିଖରେ ଜଳପତ୍ତନ ୬୩୩ ମିଟର ରହିଥିବା ବେଳେ ମାସକ ମଧ୍ୟରେ ସାତ ମିଟର ବୃଦ୍ଧିପାଇ ଏବେ ୬୪୦ମିଟରରେ ପହଞ୍ଚି ସାରିଥିବା ବିଭାଗ ସୂତ୍ରରୁ ଜଣା ପଡ଼ିଛି । ଇନ୍ଦ୍ରାବତୀ ଜଳଭଣ୍ଡାରର ସର୍ବୋଚ୍ଚ ସୀମା ୬୪୨ମିଟର ସହ ସର୍ବାଧିକ ୬୦୦ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ରଖିଥିବାବେଳେ ଏବେ ବିଦ୍ୟୁତ ଉତ୍ପାଦନକୁ ମଧ୍ୟ ବଢ଼ାଇ ଥିବା ସୂଚନା ମିଳିଛି । ଜଳପତ୍ତନ ୮୩ ପ୍ରତିଶତକୁ ଛୁଇଁ ସାରିଥିବାରୁ ବିଦ୍ୟୁତ ଉତ୍ପାଦନକୁ ପ୍ରତ୍ୟହ ୫୦୦ମେଗାୱାଟରୁ ଅଧିକ ଉତ୍ପାଦନ କରୁଥିବା ସୂଚନା ମିଳିଛି । ଜଳଭଣ୍ଡାରର ସ୍ଥିତାବସ୍ଥାକୁ ଦେଖି ସମସ୍ତେ ଆଶାବାଦୀ ଥିବା ବେଳେ ପରବର୍ତ୍ତୀ ରବି ଜଳସେଚନ ପାଇଁ ମଧ୍ୟ ଏକ ଅନୁକୂଳ ବାତାବରଣ ହୋଇପାରିଛି ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.