pakka

ଯାଜ୍ଞସେନୀର ଆଲୋଚନାଚକ୍ର ଅନୁଷ୍ଠିତ : ସତ୍ୟର ଅନ୍ୱେଷା କାର୍ଯ୍ୟ ହିିଁ ସାହିତ୍ୟ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ମହିଳା ସଂଗଠନ ଯାଜ୍ଞସେନୀ ତରଫରୁ ଆଲୋଚନାଚକ୍ର ‘ସାହିତ୍ୟରେ ବିଚାରର ଧାରା’ ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଯାଜ୍ଞସେନୀର ସଭାପତି ପ୍ରଫେସର ପ୍ରମିଳା ପଣ୍ଡାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦିକା ନୀନାରାଣୀ ଜେନାଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ପାତ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସବିତା ଦାସ ମୁଖ୍ୟ ଅତିଥି, ହୃଷିକେଶ ରାୟ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଭବେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇଥିବା ବେଳେ ଶିକ୍ଷାବିତ୍ ବ୍ରଜେନ୍ଦ୍ର ଦାଶ, ରଶ୍ମିବାଳା ରାଉତରାୟ, ବିଷ୍ଣୁପ୍ରିୟା ମହାପାତ୍ର ଓ ବିଜୟଲକ୍ଷ୍ମୀ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟ ଅତିଥି ସାହିତ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା ବେଳେ ସମ୍ମାନିତ ଅତିଥି ଗଣ ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖିଥିଲେ । ମୁଖ୍ୟବକ୍ତା ପ୍ରଫେସର ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ, ସାହିତ୍ୟରେ ରସଚର୍ଯ୍ୟା ଏକ ଅନାଲୋଚିତ ଦିଗ । ତେବେ ପ୍ରତ୍ୟେକ ସାହିତ୍ୟ ବିଜ୍ଞାନ ସମ୍ମତ ହେବା ଦରକାର । ବର୍ତ୍ତମାନର ପାଠକ ସାହିତ୍ୟ ଭିତରେ ନୂଆ ଦିଗବଳୟ ସନ୍ଧାନ କରୁଛନ୍ତି । ତେଣୁ ପାଠକଙ୍କ ସିଦ୍ଧାନ୍ତ ପାଖରେ ଲେଖକ ପହଞ୍ଚି ପାରୁନଥିବାରୁ ପାଠକୀୟ ବିମୁଖତା ପ୍ରକାଶ ପାଉଛି । ସାହିତ୍ୟ ଜ୍ଞାନକୁ ପରିମାର୍ଜିତ କରେ । ଦୁର୍ଭାଗ୍ୟର କଥା ଯେ, ସାହିତ୍ୟ ପ୍ରତି ଜଡିତ ବେଶୀ ଲୋକ ସାହିତ୍ୟକୁ ବେଶି ଉପେକ୍ଷା କରନ୍ତି । ସାହିତ୍ୟର ମୂଳ ହେଉଛି ସୌନ୍ଦର୍ଯ୍ୟବୋଧ । ଯାହା ଏବେ ବାଧାପ୍ରାପ୍ତ ହେଉଛି । ଜୀବନର ଜିଜ୍ଞାସାରୁ କାବ୍ୟ ଜିଜ୍ଞାସା ଆସେ । ଏଥିସହ ସେ ସାହିତ୍ୟର ୩ଟି ସିଦ୍ଧାନ୍ତ ଉପରେ ଆଲୋଚନା କରିଥିଲେ । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମକୁ ବିଜୟଲକ୍ଷ୍ମୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଜୋସ୍ନା କୁମାରୀ ନାଏକ କବିତା ପାଠୋତ୍ସବର ସଂଯୋଜନା କରିଥିଲେ । ଏଥିରେ ଅଶୋକ କୁମାର ପଟ୍ଟନାୟକ, ଅଭିରାମ ପ୍ରଧାନ, ରଶ୍ମି ସାହୁ, ବବିତା ମହାଳିକ, ସାଗରିକା ଜେନା, ନିରୁପମା ନାୟକ, ମଞ୍ଜୁଳା ରଥ, ଡଲିରାଣୀ ବ୍ରହ୍ମା, ଚିତ୍ତରଂଜନ ବ୍ରହ୍ମା, କୁଞ୍ଜବିହାରୀ ରାଉତ, ବ୍ରଜବିହାରୀ ଦାଶ, ବିଜୟିନୀ ଜେନା ପ୍ରମୁଖ କବିତା ପାଠ କରିଥିଲେ । ବ୍ରଜେନ୍ଦ୍ର ଦାଶ ମଞ୍ଜୁଳା ରଥଙ୍କ କବିତା, ବିଷ୍ଣୁପ୍ରିୟା ମହାପାତ୍ର ଡଲିରାଣୀ ବ୍ରହ୍ମାଙ୍କ କବିତା ଓ ରଶ୍ମିବାଳା ରାଉତରାୟ ବିଜୟିନୀ ଜେନାଙ୍କ କବିତାର ସମୀକ୍ଷା କରିଥିଲେ । ପ୍ରାରମ୍ଭରେ ମଧୁସୂଦନ ଶିକ୍ଷାନିବାସର ଛାତ୍ରୀ ସୁଧାଂଶୁବାଳା ସାହୁ, ମମତାମୟୀ ସୁନା, ସାଇପ୍ରତିଭା ପ୍ରଧାନ, ଅର୍ପିତା ଡୋରା ସ୍ବାଗତ ସଂଗୀତ ପରିବେଷଣ କରିଥିବା ବେଳେ ଭାରତୀ ସିଂହ, ଜୟଶ୍ରୀ ସାବତ, ସବିନା ମହନ୍ତ, ଜୟଶ୍ରୀ ବିଶ୍ବାଳ, ଭାଗ୍ୟଲକ୍ଷ୍ମୀ ଜେନା, ଅଶୋକ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାଗରିକା ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

one × 5 =