ବିପୁଳ ପରିମାଣର ଗଞ୍ଜେଇ ଜବତ : ୨ ଗିରଫ

କୋରାପୁଟ : ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ବେଳେ ମାଡ଼ି ବସିଲା କୋରାପୁଟ ଜିଲ୍ଲା ପାଡୁଆ ପୁଲିସ । ଗାଡ଼ିରେ ପ୍ରେସ୍ ଲେଖି ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି । ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ବଡ଼ ଦେବତା ଛକ ନିକଟରେ ପୋଲିସ ଗାଡ଼ି ଗୁଡିକ ଯାଞ୍ଚ କରୁଥିବା ସମୟରେ ମହାରାଷ୍ଟ୍ର ନମ୍ବର ଥିବା ଏକ କାର୍‌ରୁ ୭ ବସ୍ତା ଗଞ୍ଜେଇ ବାହାରିଥିଲା । ପାଡୁଆ ପୋଲିସ ଗଞ୍ଜେଇ ବସ୍ତା ଜବତ କରିବା ସହିତ ଗାଡ଼ିରେ ଥିବା ମହାରାଷ୍ଟ୍ରର ୨ ଜଣଙ୍କୁ ଗିରଫ କରିଛି । ୭ଟି ବସ୍ତାରୁ ୧୫୧ କେଜି ଗଞ୍ଜେଇ ବାହାରିଥିବା ବେଳେ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ନନ୍ଦପୁର ଏସଡିପିଓ ସଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

eighteen − fourteen =