jayashree

ବେଆଇନ ବାଲିଘାଟ ଉପରେ ପ୍ରଶାସନର ମିଳିତ ଚଢ଼ାଉ : ଜେସିବି ସମେତ ୧୦ ଗାଡି ଜବତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତହସିଲ ଓ ପୁଲିସ ପକ୍ଷରୁ ରାମିଆଳ ନଦୀର ଶାସନ ନିକଟରେ ଥିବା ବେଆଇନ ବାଲିଘାଟି ଉପରେ ଗତକାଲି ଚଢ଼ାଉ ହୋଇଛି । ଏହି ଚଢ଼ାଉରେ ଜେସିବ ମେସିନ ସମେତ ୧୦ ଟି ଗାଡି ଜବତ କରାଯାଇଥିବା ବେଳେ ଗାଡିର ଚାଳକ ମାନଙ୍କୁ ଅଟକ ରଖାଯାଇଛି । ସୂଚନା ମୁତାବକ, କିଛି ଦିନ ହେବ ରାମିଆଳ ନଦୀର ଶାସନ ନିକଟରେ ଥିବା ବେଆଇନ ଘାଟରୁ କିଛି ଲୋକ ବେଆଇନ ଭାବେ ବାଲି ଉଠାଣ କରୁଥିବା ପ୍ରଶାସନ ଖବର ପାଇଥିଲା । ତେବେ ଏ ନେଇ ଗତକାଲି ଅପରାହ୍ନରେ ଅଚାନକ ମିଳିତ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ଗାଡି ଡ୍ରାଇଭରମାନେ ବାଲି ସାହି ନିଲାମ ଘାଟର କିଛି ନକଲି ରସିଦ ଦେଖାଇ ଥିଲେ । ଏ ନେଇ ପ୍ରଶାସନ ଉକ୍ତ ଗାଡି ସହ ଡ୍ରାଇଭରଙ୍କୁ ଅଟକ ରଖି ପଚରା ଉଚୁରା ଚଳାଇଛି । ସେପଟେ ଉକ୍ତ ଗାଡି ମଧ୍ୟରେ ଜେସିବି ମେସିନ ସହ ବାଲି ବୋଝେଇ ୬ଟି ଟ୍ରାକ୍ଟର, ଗୋଟିଏ ଟ୍ରିପର ଓ ୩ ଟି ହାଇଓ୍ବା ରହିଛି । ତେଣୁ ଆଇନ ଅନୁଯାୟୀ ଗାଡିଗୁଡିକୁ ଜୋରିମାନା କରାଯିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଜିବ ବୋଲି କହିଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ । ଚଢାଉ ବେଳେ କାମାକ୍ଷାନଗର ତହସିଲଦାର ଓମ୍‌ପ୍ରକାଶ ମହାନ୍ତି, କାମାକ୍ଷାନଗର ଏସ୍ଡ଼ିପିଓ ରଞ୍ଜନ କୁମାର ଦେ ଓ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୋଲିସ ଫୋର୍ସ ଓ ତହସିଲ କର୍ମଚାରୀମାନେ ଚଢାଉରେ ସାମିଲ ଥିଲେ ।

Leave A Reply

Your email address will not be published.