shyamal

ଆଇସିୟୁ ନ ପାଇ ରୋଗୀଙ୍କ ଜୀବନ ଯାଇଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାର ରାଜ୍ୟର ସବୁ ଜିଲ୍ଲାରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଖୋଲୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କାର୍ଡଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ବୀମା ଯୋଜନା ସବୁ ତିଆରି ହେଉଛି । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କିନ୍ତୁ ଯୋଜନା ଓ ତାର ପ୍ରାୟୋଗିକ ଦିଗକୁ ଦେଖିଲେ ମନ ଫାଟିଯାଏ ବୋଲି ଆଲୋଚନା ହେଉଛି । ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ କହୁଥିବା ସରକାରଙ୍କ ପୋଥିଗତ ବିଦ୍ୟା ତ ଠିକ୍‌ କିନ୍ତୁ ବାସ୍ତବ କଥା ହେଲା କ୍ଷେତ୍ରିୟ ସ୍ତରରେ ଏହାର ଠିକ୍‌ ଓଲଟା କାମ । ଯାହାର ସଦ୍ୟତମ ଉଦାହରଣ ଆଜି ସକାଳେ ଘଟିଥିବା ରୋଗୀର ମୃତ୍ୟୁକୁ ନେଇ କୁହାଯାଇ ପାରେ । ସୂଚନା ଅନୁସାରେ ପୁଷ୍ପଲତା ବିଶ୍ୱାଳ(୬୦) କଳାହାଣ୍ଡି ଜିଲ୍ଲା ମ.ରାମପୁର ମୋହନଗିରିର ବାସିନ୍ଦା । ଗତ ତା ୨୭/୧୧/୨୧ ଅପରାହ୍ନ ୩ଟାରେ ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି କରାଗଲା । ଅତି ଗୁରୁତର ଭାବେ ଥିବା ବେଳେ ପରୀକ୍ଷା ଜନିତ କାରଣରୁ ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରିବା ପାଇଁ ଡାକ୍ତରଙ୍କ ପରାମର୍ଶ ଆସିଥିଲା । ମାତ୍ର ୧୪ ଟି ଆଇସିୟୁ ବେଡ୍‌ ସଂଖ୍ୟା ଥିବା ଯୋଗୁଁ କ୍ରମାଙ୍କ ୧୪ ନଂରେ ଅପେକ୍ଷା କରିବାକୁ ପଡ଼ିଲେ ମଧ୍ୟ ସକାଳସୁଦ୍ଧା କୌଣସି ଆଇସିୟୁର ସୁବିଧା ମିଳିଲା ନାହିଁ । ଆଜି ସକାଳେ ୬.୩୦ ମି. ରେ ତାଙ୍କର ଦେହାନ୍ତ ହୋଇ ଯାଇଥିବା ଜଣାପଡିଛି । ପ୍ରକାଶ ଥାଉକି ଏହି ହସ୍ପିଟାଲରେ ପଡୋଶୀ ଜିଲ୍ଲାର ଅନେକ ରୋଗୀ ନିର୍ଭର କରୁଥିବାରୁ ଆଇସିୟୁ ବେଡ୍‌ ସଂଖ୍ୟା ରୋଗୀ ତୁଳନାରେ ବହୁତ କମ୍‌ । ସରକାର ତୁରନ୍ତ ଆଇସିୟୁ ସଂଖ୍ୟା ବୃଦ୍ଧି କରିବାକୁ ଜନସାଧାରଣଙ୍କ ତରଫରୁ ଦାବୀ ହେଉଛି ।

purusottam
Leave A Reply

Your email address will not be published.