mahavir

ବିଶ୍ରା ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ଗ୍ରାମର ନାବାଳିକା ଛାତ୍ରୀ ପୂଜା ମାହାତୋ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧିଙ୍କୁ କଠୋର ଶାସ୍ତି ଦାବିରେ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ଫେବୃୟାରୀ ପାଞ୍ଚ ତାରିଖ ଦିନ ବିଶ୍ରା ଥାନା ଅନ୍ତର୍ଗତ ଜାମବେର୍ଣ୍ଣା ଗ୍ରାମର ଛାତ୍ରୀ ପୂଜା ମାହାତୋ ସ୍କୁଲରୁ ଘରକୁ ଫେରି ନଥିଲା ବେଳେ ସେ ଦିନ ରାତି ପ୍ରାୟ ସାଢ଼େ ଆଠଟା ବେଳେ ଗ୍ରାମବାସୀ ପୂଜାକୁ ମୁମୂର୍ଷ ଅବସ୍ଥାରେ ଖୟରଟୋଲା ଗ୍ରାମ ପାର୍ଶ୍ଵ ଜଙ୍ଗଲରୁ ଉଦ୍ଧାର କରିଥିଲେ । ଅତ୍ୟନ୍ତ ନିନ୍ଦନୀୟ ବିଷୟ ହେଉଛି ଯେ ଆୟୁଷ୍ମାନ୍ କାର୍ଡରେ ଚିକିତ୍ସା କରାଯାଇପାରିବ ନାହିଁ କହି ରାଉରକେଲାର ପ୍ରତିଷ୍ଠିତ ମେଡିକାଲ ଓ ହସ୍ପିଟାଲ ଗୁଡିକ ପୂଜାକୁ ଭର୍ତ୍ତି ନ କରି ଫେରାଇ ଦେଇଥିଲେ । ଶେଷରେ ସେହି ଦିନ ରାତି ଦୁଇଟାରେ ପୂଜା ଆଖି ବୁଜି ଦେଇଥିଲା । ପୂଜାର ଏହି ଭଳି ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟା ବୋଲି ପରିବାର ଲୋକ ଏବଂ ଅଞ୍ଚଳବାସୀ ଦୃଢ଼ ଭାବେ ବିଶ୍ୱାସ କରନ୍ତି । ପୂଜାକୁ ବିଷ ପିଆଇ ଦେଇ ହତ୍ୟା କରାଯାଇଥିବାର କେତେକ ପ୍ରମାଣ ଥିଲେ ବି ଏପର୍ଯ୍ୟନ୍ତ କୌଣସି ଅପରାଧି ଗିରଫ ନ ହେବା ଘଟଣା ସ୍ଥାନୀୟ ଜନସାଧାରଣଙ୍କ ଭିତରେ ଗଭୀର କ୍ଷୋଭ ଓ ଉଦବେଗ ସୃଷ୍ଟି କରିଛି । ସେଥିପାଇଁ ଆଜି ଏପ୍ରିଲ ଅଠର ତାରିଖ ଦିନ ସ୍ଥାନୀୟ ଆରକ୍ଷୀ ଅଧିକ୍ଷକଙ୍କ ଅଫିସ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଶ୍ରା ବ୍ଲକର ତେତେରକେଲା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମର ବହୁ ସଂଖ୍ୟକ ଜନସାଧାରଣ ଏବଂ ରାଉରକେଲା ସହରର ସଚେତନ ନାଗରିକ ସାମିଲ୍ ହୋଇଥିଲେ । ଏହି କାର୍ଯ୍ୟକ୍ରମକୁ ନାରୀ ନିର୍ଯ୍ୟାତନା ପ୍ରତିରୋଧ କମିଟି ପକ୍ଷରୁ ଆବାହିକା ତଥା ମହିଳା ସଂଗଠନ ଏଆଇଏମ୍‌ଏସ୍‌ଏସ୍‌ର ସର୍ବ ଭାରତୀୟ ସାଧାରଣ ସମ୍ପକ୍ଷଦିକା ଛବିରାଣୀ ମହାନ୍ତି, ସଦସ୍ୟ ବୀରେନ୍ ନାଏକ, ବିଷ୍ଣୁ ପଣ୍ଡା, ବିଦ୍ୟୁତ୍ ମହାନ୍ତ, ଶୁଭ୍ରାଂଶୁ ମିଶ୍ର, ବବିତା ମହାପାତ୍ର, ତାରିଣୀ ସେଠି, ରେଖା କୋଠାରୀ, ଛବି ମହାନ୍ତି, ଲେଓନି ତିର୍କୀ, ଗୀତାଞ୍ଜଳୀ ମହାନ୍ତି, କବିତା ମହାନ୍ତି, ୱାହିଦା ବେଗମ, ଅସୀମା ବେହେରା, ପ୍ରତିଭା ଦଣ୍ଡପାଟ, ବିଷ୍ଣୁପ୍ରିୟା ବେହେରା, ତଅପୋଇ ମଲ୍ଲିକ ଏବଂ ଗ୍ରାମବାସୀଙ୍କ ତରଫରୁ ପହଲୁ ମାହାତୋ, ସୁରେଶ ମାହାତୋ, ସାବିତ୍ରୀ ମାହାତୋ ,ନରେନ୍ଦ୍ର ଗୋପ ,ହୁଲାସ ମାହାତୋ, ସୁଖମାନି ଓରାମ୍, ସୋମକ୍ଷ ଓରାମ୍, ମନୋଜ ମାହାତୋ ପ୍ରମୁଖ ନେତୃତ୍ୱ ନେଇଥିଲେ । ଆରକ୍ଷୀ ଅଧିକ୍ଷକଙ୍କ ତରଫରୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମାରକ ପତ୍ର ଗ୍ରହଣ କରିଥିଲେ ଏବଂ ଉକ୍ତ ମାମାଲାର ଉପଯୁକ୍ତ ତଦନ୍ତ କରି ଅପରାଧିଙ୍କୁ ଶାସ୍ତି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।

Leave A Reply

Your email address will not be published.