jsm

ମକର ସଂକ୍ରାନ୍ତିରେ ନୟାପାଲିରେ ସାପ୍ତାହିକ ହାଟ ଉଦ୍‌ଘାଟିତ

csstore

ଭୋଗରାଇ, (ଶିବନାରାୟଣ ପାତ୍ର) : ଖରିଦପିପଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମର ଗତ ଶନିବାର ଅପରାହ୍ନରେ ସାପ୍ତାହିକ ହାଟ ମୁଖ୍ୟ ଅତିଥି ବ୍ଲକ୍ ଉପାଧ୍ୟକ୍ଷା ମିନାରାଣୀ ସାସମଲଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଆୟୋଜିତ କାର୍ଯ୍ୟକ୍ରମରେ ନୟାପାଲି ଗ୍ରାମର ସଭାପତି ତରୁଣ କାନ୍ତି ପାତ୍ର ସଭାପତିତ୍ୱ କରିଥିବା ବେଳେ ସଭାକୁ ପରିଚାଳନା କରିଥିଲେ ଦହମୁଣ୍ଡା ହାଇସ୍କୁଲର ଛାତ୍ର ସଂସଦର ସଭାପତି ମୁରଲୀ ମୋହନ ପଟ୍ଟନାୟକ । ବିଶିଷ୍ଟ ଅତିଥି ଭାବେ ପ୍ରାକ୍ତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ତଥା ଖରିଦପିପଳ ଗ୍ରାମ ପଞ୍ଚାୟତ ସରପଞ୍ଚ ମଞ୍ଜୁରାଣୀ ବେହେରା, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ବେହେରା, ସମ୍ମାନୀତ ଅତିଥି ଭାବେ ଜୟରାମପୁର ହାଇସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପାତ୍ର, ହାଟ ପରିଚାଳନା କମିଟିର ସଭାପତି ତଥା ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ ସମୀକ୍ଷକ ନିତ୍ୟଗୋପାଳ ପାତ୍ର, ସେବା ସମବାୟ ସମିତି ସଭାପତି କେଶବ ଚନ୍ଦ୍ର ପାଳ, ନାଏବ ସରପଞ୍ଚ ବିଜୟ କୁମାର ସିଂ, ଶିକ୍ଷକ ତ୍ରିଦୀପ ଜେନା, ସମାଜସେବୀ ଆଶୁତୋଷ ମହାନ୍ତି, ଅମୂଲ୍ୟ ପାଳ, ଦେବବ୍ରତ ମହାନ୍ତି ପ୍ରମୁଖ ଯୋଗଦେଇ ହାଟ କେବଳ କିଣାବିକା ନୁହେଁ, ଏହା ଭାଇଚାରା ପଣିଆର ମହତ୍ୱକୁ ସୁଦୃଢ଼ କରିବା ସହିତ ହାତପାହାନ୍ତାରେ ବିଭିନ୍ନ ରକମର ସବୁଜ ପନିପରିବା ଓ ଖାଦ୍ୟ ସାମଗ୍ରୀ ଗ୍ରାହକମାନଙ୍କୁ ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ । ହାଟପରିଚଳନା କମିଟିର ସଂପାଦକ ଶିବନାରାୟଣ ପାତ୍ର ଅତିଥିଙ୍କୁ ମଞ୍ଚ ଆହ୍ୱାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଗିରିଶ ଚନ୍ଦ୍ର ପାତ୍ର, ହରିଶ ଚନ୍ଦ୍ର ଦାସ, ହେମନ୍ତ ପାତ୍ର, ମୃତ୍ୟୁଞ୍ଜୟ ଦେ, ରାଜେଶ ପାତ୍ର, ଅରୁପ ପାତ୍ର, ରଘୁନାଥ ଦେ, ହେମନ୍ତ ଦେ ପ୍ରମୁଖ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.