oom

ଏକାମ୍ର ହାଟରେ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ

jsmm

ଭୁବନେଶ୍ୱର : ଭୁବନେଶ୍ବର ଏକାମ୍ର ହାଟରେ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ ପ୍ରଦୀପ ପ୍ରଜ୍ୱଳନ କରି ଏହି ପ୍ରଦର୍ଶନୀର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ ଓଡ଼ିଶା ଉତ୍କୃଷ୍ଟ କଳାର ରାଜ୍ୟ । ଆମର ଏକ ମହାନ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରା ରହିଛି ।

ଏଭଳି ପ୍ରଦର୍ଶନୀର ଆୟୋଜନ ଦ୍ୱାରା ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତର ପ୍ରଚାରପ୍ରସାର ହେବା ସହ ଆମର ଶିଳ୍ପୀ-କାରିଗରମାନେ ସେମାନଙ୍କ ସାମଗ୍ରୀର ବିକ୍ରୟ ପାଇଁ ସୁଯୋଗ ପାଇବେ । ଏହା ସେମାନଙ୍କର ଆର୍ଥିକ ଉନ୍ନତି ସହ ରାଜ୍ୟର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀର ଦେଶବିଦେଶରେ ଆଦୃତି ବୃଦ୍ଧି ପାଇପାରିବ ବୋଲି ସେ ଆଶାପ୍ରକାଶ କରିଥିଲେ ।

ସମ୍ମାନିତ ଅତିଥି ରୂପେ ଯୋଗଦେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼. ଅରବିନ୍ଦ କୁମାର ପାଢ଼ୀ କହିଲେ ଯେ ହସ୍ତଶିଳ୍ପର ଗୁଣବତ୍ତାକୁ ଅକ୍ଷୁଣ୍ଣ ରଖି କାରିଗରମାନେ ଅଧିକ ପରିମାଣର ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କଲେ ଏଥି ପ୍ରତି ତୃଣମୂଳସ୍ତରର ଅଧିକ ଲୋକ ଆକର୍ଷିତ ହେବେ । ଏହା ଦ୍ୱାରା ହସ୍ତଶିଳ୍ପର ଚାହିଦା ବୃଦ୍ଧି ପାଇବ ଏବଂ ଅଧିକରୁ ଅଧିକ ଲୋକ ହସ୍ତଶିଳ୍ପ ସାମଗ୍ରୀ ବ୍ୟବହାର ପାଇଁ ଆଗ୍ରହୀ ହେବେ ବୋଲି ସେ ମତବ୍ୟକ୍ତ କରିଥିଲେ ।

jittmm
Leave A Reply

Your email address will not be published.