jsm

ହରିଶଙ୍କରରେ ତିନିଜଣ ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧନା : ସାମ୍ବାଦିକମାନଙ୍କ ତରଫରୁ ଆୟୋଜିତ ହେଲା କାର୍ଯ୍ୟକ୍ରମ

csstore

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗତ ୧୦ ତାରିଖରେ ଓଡିଶା ପୋଲିସ ତରଫରୁ ୪୨୭ ପୋଲିସ ଅଧିକାରୀଙ୍କୁ ପଦୋନ୍ନତି ଦେଇ ଆଇ.ଆଇ.ସି. କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର ଜିଲ୍ଲାର ୧୩ ଜଣ ପଦୋନ୍ନତି ପାଇଥିଲେ । ସେମାନଙ୍କ ମଧ୍ୟରୁ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ର, ଲାଠୋର ଥାନାଧିକାରୀ ରମାକାନ୍ତ ସାହୁ ଏବଂ ତୁରେକେଲା ଥାନାଧିକାରୀ ରାକେଶ ବେହେରାଙ୍କୁ ପଦୋନ୍ନତି ମିଳିଛି । ଏହି ଉପଲକ୍ଷେ ଖପ୍ରାଖୋଲ ଅଞ୍ଚଳର ସାମ୍ବାଦିକମାନଙ୍କ ତରଫରୁ ହରିଶଙ୍କରରେ ଗୋଟିଏ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ବରିଷ୍ଠ ସାମ୍ବାଦିକ ଅଭୟ ତ୍ରିପାଠୀ ସଭାକୁ ପରିଚାଳନା କରିଥିଲେ । ସେଠାରେ ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ହରିଶଙ୍କର ରେଞ୍ଜ ଅଧିକାରୀ ଏବଂ ଏସିଏଫ୍‌ ଅରବିନ୍ଦ ନାଏକ, ଏବଂ ଅଗ୍ନିଶମ ବିଭାଗ ଅଧିକାରୀ ଜୟଗୋପାଳ ପଣ୍ଡା ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ବିଡିଓ ଶ୍ରୀ ଷଡ଼ଙ୍ଗୀ ତିନିଜଣ ପୋଲିସ ଅଧିକାରୀଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ସମୟରେ ବନପାଳ ସୁଧୀର ଜେନା, ରଞ୍ଜିତ କୁମ୍ଭାର, ସାମ୍ବାଦିକ ବିମଳ ରଞ୍ଜନ ସାହୁ, ନରେନ୍ଦ୍ର ଭୋଇ, ବିହାରୀ ପଧାନ, ଉମାକାନ୍ତ ପଧାନ, ଜ୍ୟୋତି ରଞ୍ଜନ ପଣ୍ଡା, ଅଶୋକ କୁମାର ବାଗ, ଅଭିନାଶ ବିଶ୍ଵାଲ, ଶତ୍ରୁଘନ ନାଏକ, ସରୋଜ ସାହୁ, ଗୋପାଲ ସାହୁ, ହେମସାଗର ସାହୁ, ସରୋଜ ମିଶ୍ର ଏବଂ ମନୋଜ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ ପୋଲିସ ଅଧିକାରୀମାନଙ୍କ ସେବାଭାବ ଓ ଦାୟିତ୍ୱବୋଧକୁ ପ୍ରଶଂସା କରାଯାଇଥିଲା ।

yuvodaya
Leave A Reply

Your email address will not be published.