pakka

ହେଣ୍ଡ୍‌ କ୍ରାଫ୍ଟର ନିଆରା କାରିଗର ତପସ୍ୱିନୀ : କାର୍‌ଗିଲ୍‌ ବିଜୟ ଦିବସରେ ଅବସରପ୍ରାପ୍ତ ସୈନିକମାନଙ୍କୁ ଦେଲେ ଅମର୍‌ ଯବାନ୍‌ ସ୍ତମ୍ଭର ଆକର୍ଷଣୀୟ ପ୍ରତୀକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହେଣ୍ଡ କ୍ରାଫ୍ଟର ଜଣେ ନିଆରା କାରିଗର ହେଉଛନ୍ତି ତପସ୍ୱିନୀ । ବଲାଙ୍ଗିର ଶାନ୍ତିପଡ଼ାର ତପସ୍ୱିନୀ ସାହୁ ପିଲା ଦିନରୁ ହେଣ୍ଡ୍‌ କ୍ରାଫ୍ଟ ପ୍ରତି ସ୍ୱତନ୍ତ୍ର ରୁଚି ରଖିଥିବା ବେଳେ କାର୍‌ଗିଲ୍‌ ବିଜୟ ଦିବସରେ ଅବସରପ୍ରାପ୍ତ ସୈନିକମାନଙ୍କୁ ଦେଲେ ଅମର୍‌ ଯବାନ୍‌ ସ୍ତମ୍ଭର ଆକର୍ଷଣୀୟ ପ୍ରତୀକ । ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖ ଦିନ ସ୍ଥାନୀୟ ସାମ୍ବାଦିକ ଭବନରେ ଜିଲ୍ଲା ସାମ୍ବାଦିକ ସଂଘ ଓ ଜିଲ୍ଲା ଅବସରପ୍ରାପ୍ତ ସୈନିକ ସଂଘର ମିଳିତ ଉଦ୍ୟମରେ କାର୍‌ଗିଲ୍‌ ବିଜୟ ଦିବସ ପାଳିତ ହୋଇଥିଲା । ତେବେ ଏହି ଅବସରରେ ଭଉଣୀ ତପସ୍ୱିନୀଙ୍କ ସୈନିକମାନଙ୍କ ପ୍ରତି ସମର୍ପଣ କରାଯାଇଥିବା ଉପହାର ବେଶ୍‌ ଚିତ୍ତାକର୍ଷକ ହୋଇଥିଲା । ଅବସରପ୍ରାପ୍ତ ସୈନିକର ସଭାପତି ବିଭୂତି ଭୂଷଣ ଏବଂ ସଂପାଦକ ପ୍ରତାପ ଚନ୍ଦ୍ର ସୈନିକମାନଙ୍କ ପକ୍ଷରୁ ଏହି ଉପହାର ଗ୍ରହଣ କରିଥିଲେ । ମଂଚାସୀନ ସମସ୍ତ ଅତିଥି ଏବଂ ଶ୍ରୋତା ସମୂହ ବିଶେଷ ପ୍ରଶଂସା କରିଥିଲେ ଏହି ଉପହାରକୁ । କାଗଜରେ ତିଆରି ଏହି ପ୍ରତୀକାତ୍ମକ ଅମର୍‌ ଯବାନ୍‌ ସ୍ତମ୍ଭକୁ ତିଆରିବା ପାଇଁ ଦୁଇ ଦିନ ସମୟ ଲାଗିଥିବା ଭଉଣୀ ତପସ୍ୱିନୀ କହିଛନ୍ତି । ଝିଅମାନଙ୍କୁ ସିଲେଇ ସହ ହେଣ୍ଡ୍‌ କ୍ରାଫ୍ଟ ଶିକ୍ଷା ଦେଇ ସେ ବେଶ୍‌ ସୁନାମ ଅର୍ଜନ କରିଥିବା ବେଳେ ଶହ ଶହ ହେଣ୍ଡ କ୍ରାଫ୍ଟ ସାମଗ୍ରୀ ତିଆରି କରି ସେ ୟୁଟ୍ୟୁବ୍‌ରେ ତାହା ସେଆର୍‌ କରିଥାନ୍ତି । ତାଙ୍କର ଦୁଇ ଗୋଟି ୟୁଟ୍ୟୁବ ଚେନାଲ ରହିଛି । ତାଙ୍କର ପ୍ରଥମ ୟୁଟ୍ୟୁବ ଚେନାଲ Tapasmita Creations : https://youtube.com/channel/UCxbqw4fuuZtCaR-jMtl15iw ରେ ସେ ଜଣେ ୟୁଟ୍ୟୁବର୍‌ ଭାବରେ ମଧ୍ୟ ୟୁଟ୍ୟୁବ୍‌ ପକ୍ଷରୁ ମାନ୍ୟତା ପାଇଛନ୍ତି । ତାଙ୍କର ଦ୍ୱିତୀୟ ୟୁଟ୍ୟୁବ୍‌ ଚେନାଲ୍‌ର ନାମ ହେଉଛି Samlei Art Craft & Design : https://youtube.com/channel/UCxbqw4fuuZtCaR-jMtl15iw । ଆପଣମାନେ ତାଙ୍କ କାରିଗରି ଦେଖିବାକୁ ଚାହିଁଲେ ଉପରୋକ୍ତ ଲିଙ୍କ ମାଧ୍ୟମରେ ଚ୍ୟାନେଲ୍‌କୁ ଭିଜିଟ୍‌ କରିପାରିବେ ।

https://youtube.com/channel/UCxbqw4fuuZtCaR-jMtl15iw

https://youtube.com/c/TapasmitaCreations

Leave A Reply

Your email address will not be published.

12 − six =