କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ନିଜ କାମ ସାରି ଶନିବାର ରାତିରେ ଘରକୁ ଯାଉଥିବା ବେଳେ ରାସ୍ତାରେ ଭାଲୁ ଆକ୍ରମଣରେ ଜଣେ ଲହୁଲୁହାଣ ହେବା ସହ ଗୁରୁତର ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ କଣ୍ଟାବାଞ୍ଜି ଉପକଣ୍ଠସ୍ଥ ଶ୍ୟାମଜି ରାଇସ ମିଲରେ କାମ ସାରି ରାତି ୮ଟା ବେଳେ ନିଜ ଗ୍ରାମ ଆମ୍ବଝରନ ଗ୍ରାମର ଗଙ୍ଗାଧର ସେଠ( ୩୫) । ମୁରିବାହାଲ ଥାନା ଆମ୍ବଝରନ୍ ଗ୍ରାମର ସେଠ ଦୀର୍ଘ ବର୍ଷ ହେଲା ଶ୍ରମିକ ଭାବେ କାମ କରନ୍ତି । ସବୁଦିନ ଭଳି ଶନିବାର ରାତିରେ ନିଜ ଘରକୁ ଯାଉଥିବା ବେଳେ ଲଥାକେନ୍ଦ୍ ବିଛୁବାହଲି ରାସ୍ତାର ନୂଆବନ୍ଧ ନିକଟରେ ଏକ ଭାଲୁ ହଠାତ୍ ରାସ୍ତା ଅତିକ୍ରମ ବେଳେ ଆକ୍ରମଣ କରିଥିଲା । ଏହା ପରେ ନିକଟସ୍ଥ ଗ୍ରାମବାସୀ ଖବର ପାଇ ଗଙ୍ଗାଧର ସେଠଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ସରକାରୀ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ । ପରେ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ଠିକଥିବା ବେଳେ ପରିବାର ଅଧିକ ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ଦାବି କରିଛନ୍ତି ।