pakka

କନ୍ଧମାଳର ନୂତନ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦାୟିତ୍ୱ ଗ୍ରହଣ

bbehera

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ପୂର୍ବରୁ ଥିବା ଜିଲ୍ଲାପାଳ ଡା.ଵୃନ୍ଦା ଡିଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ବୃନ୍ଦା ଡିଙ୍କୁ ଓ ଏସଏମସିଏଲ, ଭୁବେନଶ୍ୱରକୁ ବଦଳି ହୋଇଛି । ଆଶିଷ ଈଶ୍ୱର ପାଟିଲ ଏଥି ପୂର୍ବରୁ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଲାପାଳ ପାଟିଲଙ୍କୁ ପଚାରିବାରେ ଜିଲ୍ଲାର ଜନସାଧାରଣଙ୍କ ସର୍ବାଙ୍ଗୀନ ଉନ୍ନତି ପ୍ରତିଦୃଷ୍ଟି ଦେବେ ବୋଲି କହିଛନ୍ତି । ଲୋକଙ୍କ ସମସ୍ୟା ପ୍ରତି ଅଗ୍ରାଧିକାର ଭିତ୍ତିରେ ଦୃଷ୍ଟି ଦେବେ ବୋଲି ଆହୁରି କହିଥିଲେ । ଆଜି ଦାୟିତ୍ୱ ଗ୍ରହଣ କରିବା ପରେ କନ୍ଧମାଳ ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଭେଟି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇବା ସହ ଜିଲ୍ଲାର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ପାଟିଲ ଗଣମାଧ୍ୟମର ଆନ୍ତରିକ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.

two × four =