pr

ଗୋ’ ସେବା ସେବା କ୍ଷେତ୍ରରେ ଜୟ ଶ୍ରୀରାମ ଟ୍ରଷ୍ଟ ସମ୍ମାନିତ

dr. purohit

ତାଳଚେର, ( ଆର୍ତ୍ତତ୍ରାଣ ପାଣି ) : ତାଳଚେର ଖଣି ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଦୁର୍ଘଟଣାଗ୍ରସ୍ତ ଗୋ’ସମ୍ପଦ ନିଜସ୍ୱ ପ୍ରଚେଷ୍ଟାରେ ଚିକିତ୍ସା କରି ଆସୁଥିବା ଜୟ ଶ୍ରୀରାମ ଟ୍ରଷ୍ଟକୁ ଜାତୀୟ ପ୍ରେସ୍ ଦିବସ ଅବସରରେ ତାଳଚେର ୱାରର୍କିଙ୍ଗ ଜର୍ଣ୍ଣାଲିଷ୍ଟ ଆସୋସିଏସନ ଏହି ମହତ୍ ଅବଦାନ ନିମନ୍ତେ ” ବିଶେଷ ସେବା ସମ୍ମାନ -୨୦୨୧” ପ୍ରଦାନ କରିଥିବା ଟ୍ରଷ୍ଟ କାର୍ଯ୍ୟକର୍ତ୍ତା ପ୍ରକାଶ କରିଛନ୍ତି । ତାଳଚେର ଖଣି ଅଞ୍ଚଳରେ ବିଭିନ୍ନ ଗ୍ରାମ କୋଇଲା ଖଣିରେ ଉଜୁଡି ଯିବା ପରେ ଗ୍ରାମର ଗୃହ ପାଳିତ ଜୀବ ଆଜି ରାସ୍ତା ଉପରେ, ଖଣି ଅଞ୍ଚଳରେ କୋଇଲା ବୋଝେଇ ଭାରୀଜାନ ଚଳାଚଳ ଯାଗୁଁ ପ୍ରତିଦିନ ଏହି ନିରୀହ ଗୋ’ବଂଶ ଦୁର୍ଘଟଣାର ଶିକାର ହେଉଥିବା ସମୟରେ ସରକାରଙ୍କ କୌଣସି ବିଶେଷ ଥଇଥାନ ସୁବିଧାର ବ୍ୟବସ୍ଥା ନଥିବାରୁ ଏହା ଦିନକୁ ଦିନ ଏକ ବଡ଼ ସମସ୍ୟା ହୋଇ ଠିଆ ହେଉଥିବା ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ପ୍ରକାଶ କରିଛନ୍ତି । ଏଭଳି ସମ୍ମାନ ବିଭିନ୍ନ ସ୍ଥାନୀୟ ଅନୁଷ୍ଠାନ ଦ୍ୱାରା ପ୍ରଦ୍ଦତ୍ତ ହେବା ଦ୍ୱାରା ଟ୍ରଷ୍ଟ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ବଢିବା ସହିତ ଏକ ପ୍ରେରଣା ଯୋଗେଉଥିବା ଜୟ ଶ୍ରୀରାମ ଟ୍ରଷ୍ଟର ଅଧକ୍ଷ ଶ୍ରୀ ଗୀତିଶ ପ୍ରଧାନ ପ୍ରକାଶ କରିଛନ୍ତି ।

nrusinghnath
Leave A Reply

Your email address will not be published.