pakka

ବ୍ରାଉନସୁଗାର ଜବତ, ୧ ଗିରଫ

bbehera

ନିମାପଡା, (ଦିଲ୍ଲୀପ କୁମାର ଧାଉଡିଆ) : ନିମାପଡା ବଡବଜାରରୁ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶରେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ ହୋଇଥିଲା । ଏହି ଟିମ୍ ନିମାପଡା ବଡବଜାର ନିକଟରୁ ମିଲନ ନାଏକଙ୍କୁ ଗିରଫ କରି ତାଙ୍କ ନିକଟରୁ ୫୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ଏହାପରେ ନିମାପଡା ଅବକାରୀ ଥାନା କେସ ନଂ -୧୦୨/୨୨-୨୩ରେ କୋର୍ଟ ଚାଲାଣ କରିଥିଲା । ତେବେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରାଗାରକୁ ଅଭିଯୁକ୍ତଙ୍କୁ ପଠାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୫, ୮୦, ୦୦୦/- ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ଚଢ଼ାଉରେ ଅବକାରୀ ଏଏସ୍‌ଆଇ ନାରାୟଣ ବେହେରା ଏବଂ ଅବକାରୀ କର୍ମଚାରୀ ଆଶିଷ କୁମାର ପ୍ରଧାନ, ଶେଖ ୱାରିସ, ଜିତେନ୍ଦ୍ର ବେହେରା, ଜଗନ୍ନାଥ ଦାଶ, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

2 + 8 =

error: Content is protected !!