ଓଡ଼ିଶା ସ୍ୱତନ୍ତ୍ର ବିଦ୍ୟାଳୟ କର୍ମଚାରୀ ମହାସଂଘ ଘେରିଲା ଜିଲ୍ଲାପାଳ କାର୍ଯ୍ୟାଳୟ : ଡିସେମ୍ବର ୧୨ ଯାଏଁ ଦାବୀ ପୂରଣ ନ ହେଲେ ଆମରଣ ଅନଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସ୍ୱତନ୍ତ୍ର ବିଦ୍ୟାଳୟ କର୍ମଚାରୀ ମହାସଂଘ ଘେରିଛି ଆଜି ବଲାଙ୍ଗିରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଏହି ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଛି । ମହାସଂଘ ପକ୍ଷରୁ କୁହାଯାଇଛି ଯେ,ଆଗାମୀ ଡିସେମ୍ବର ୧୨ ଯାଏଁ ଦାବୀ ପୂରଣ ନ ହେଲେ ଡିସେମ୍ବର ୧୩ ତାରିଖରୁ ଓଡ଼ିଶା ସ୍ୱତନ୍ତ୍ର ବିଦ୍ୟାଳୟ କର୍ମଚାରୀବୃନ୍ଦ ଆମରଣ ଅନଶନ ସାରା ଓଡ଼ିଶାରେ ଆରମ୍ଭ କରିବ । ବିଭିନ୍ନ ଜିଲ୍ଲାରେ ଥିବା ୧୦୪ଟି ବିଦ୍ୟାଳୟର ଶିକ୍ଷକ ତଥା ଅଣଶିକ୍ଷକ କର୍ମଚାରୀ ବୃନ୍ଦ ଦୀର୍ଘ ୩୫ ବର୍ଷ ଧରି ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା, ତାଲିମ ଓ ଥଇଥାନ ନିମନ୍ତେ ନିଷ୍ଠାପର ଭାବେ କାର୍ଯ୍ୟ କରି ଆସୁଥିଲେ ସୁଦ୍ଧା ସେମମାନଙ୍କୁ ଚାକିରୀର ସର୍ବନିମ୍ନ ମୌଳିକ ସୁବିଧା ପ୍ରଦାନ କରାଯାଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବୀପତ୍ରରେ ଚାକିରୀର ମୌଳିକ ସୁବିଧାନ ପ୍ରଦାନ ପାଇଁ ଦାବୀ କରାଯାଇଛି ।

Leave A Reply

Your email address will not be published.

4 × 1 =