csstore

ଆସନ୍ତା ୨୭ ତାରିଖ ବିଧାନସଭା ଘେରାଓ କାର୍ଯ୍ୟକ୍ରମ : ବଲାଙ୍ଗିର ଜିଲ୍ଲା କଂଗ୍ରେସର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କଂଗ୍ରେସ ଭବନ ଠାରେ ପିସିସି ତରଫରୁ ନିଯୁକ୍ତ ବଲାଙ୍ଗିର ଜିଲ୍ଲା ପ୍ରଭାରି ଚିନ୍ମୟ ସାହୁ ଯୋଗ ଦେଇ ଆସନ୍ତା ୨୭ ତାରିଖରେ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଘେରାଓ ଓ ବିକ୍ଷୋଭ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ସୂଚନାଯୋଗ୍ୟ ଯେ ଓଡିଶାରେ ବିଜେପି ଦଳ କ୍ଷମତାକୁ ଆସିବା ପରେ ରାଜ୍ୟର ମହିଳାମାନଙ୍କ ପ୍ରତି ହେଉଥିବା ଅତ୍ୟଚା·ର ବିଶେଷ ଭାବରେ ବୃଦ୍ଧି ପାଇଛି । ଯଦି ଏହି ଧାରା ଲାଗୁ ରହେ ତେବେ ଓଡିଶା ରେ ମହିଳା ମାନଙ୍କର ଅତ୍ୟଚାର ପାଇଁ ଅନେକ ଅଲୋଡା ରେକର୍ଡ ସୃଷ୍ଟି କରିବ । ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆଖି ଆଗରେ ରଖି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାଶଙ୍କ ନେତୃତ୍ୱରେ ଆସନ୍ତା ୨୭ ତାରିଖ ଦିନ ରାଜ୍ୟରୁ ସବୁ ପ୍ରାନ୍ତରୁ କଂଗ୍ରେସ କର୍ମୀ ଏକାଠି ହୋଇ ବିଧାନସଭା ଘେରାଓ କରିବା କାର୍ଯ୍ୟକ୍ରମ ରହିଛି । ଆଜିର ଏହି ଆଲୋଚନା ତଥା ପ୍ରସ୍ତୁତି ବୈଠକରେ ପର୍ଯ୍ୟବେକ୍ଷକ ଶ୍ରୀ ସାହୁ ସମସ୍ତଙ୍କ ସହଯୋଗ କାମନା କରିବା ସହ ସମସ୍ତେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ନିବେଦନ କରିଥିଲେ । ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ମନୀଷ ମିଶ୍ରଙ୍କ ସଭାପତିତ୍ୱରେ ଏବଂ କାର୍ଯ୍ୟକାରୀ ସଭାପତି ସନ୍ତକ ବହିଦାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟାଉନ କଂଗ୍ରେସ ସଭାପତି ବୁଲୁ ଦାନି, ଟିଟିଲାଗଡ ବିଧାନସଭା ପ୍ରାର୍ଥୀ ବିରେନ୍ଦ୍ର ବାଗ, ଓମ୍‌ ପ୍ରକାଶ କୁମ୍ଭାର, ସେବାଦଳ ମୁଖ୍ୟ ଅସିତ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଉମାଶଙ୍କର ପଣ୍ଡା, କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର, ନାରୀ ନେତ୍ରୀ ମିଳନୀ ସାହୁ, ମୀରା ମଣ୍ଡଳ, ନାସୀର ଖାନ, ଅଙ୍କିତ ସାହୁ, ଛାତ୍ର କଂଗ୍ରେସ ପ୍ରବକ୍ତା ନିତିଶ ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି ଉମାକାନ୍ତ ସାହୁ, ମନମୋହନ ପଟେଲ, ରାମପ୍ରସାଦ ମିଶ୍ର, ନିଳାଂଚଳ ପ୍ରଧାନ, ଅରବିନ୍ଦ ସାହୁ, ସରୋଜ ରଥ, ଜୁଲୁ ପଟ୍ଟନାୟକ, କୈଳାସ ମିଶ୍ର, ସଂଜୟ ମିଶ୍ର, ଲଳିତ ପଟେଲ, ସାଧୁ ମେହେର, ହରି ନନ୍ଦ, ବିରୋଧ ତାଣ୍ଡି, ଚିନ୍ମୟ ପ୍ରଧାନ, ମହୁଆ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.