ଆଦିବାସୀଙ୍କ ପ୍ରତି ସରକାରଙ୍କ ପାତର ଅନ୍ତର ନୀତି ପ୍ରତିବାଦରେ ନଭେମ୍ବର ୨୫ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଦିବାସୀମାନଙ୍କ ପ୍ରମୁଖ ସମସ୍ୟା ଗୁଡିକ ସମାଧାନ ହେଉ ନାହିଁ । ନକଲି ଆଦିବାସୀମାନଙ୍କୁ ସରକାର ·କିରୀରୁ ବହିଷ୍କାର କରୁନାହିଁ । ଆଦିବାସୀଙ୍କ ଧର୍ମ, ସଂସ୍କୃତି, ପ୍ରଥା ପରମ୍ପରା, ଭାଷା, ଦେବାଦେବୀ ପୂଜାପୀଠର ସୁରକ୍ଷା, ସଂରକ୍ଷଣ କରୁନାହିଁ । ଜଙ୍ଗଲ ଜମିର ପଟ୍ଟା ଦିଆଯାଉ ନାହିଁ । ଆଦିବାସୀଙ୍କ ଉପରେ ଲକ୍‌ଡାଉନ ସଟ୍‌ଡାଉନ ଯୋଗୁଁ ଆଦିବାସୀଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇ ପଡିଛି । ମୋବାଇଲ ଫୋନ ଏବଂ ଇନ୍‌ଟର୍‌ନେଟ୍‌ ଅଭାବ ଯୋଗୁଁ ଆଦିବାସୀ ଛାତ୍ରଛାତ୍ରୀ ଅନ୍‌ଲାଇନ ଶିକ୍ଷା ବ୍ୟବସ୍ଥାରୁ ବଂଚିତ ହେଉଛନ୍ତି । କରୋନା କଟକଣା ସମୟରେ ଆଦିବାସୀଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ବ୍ୟବସ୍ଥା ହୋଇନାହିଁ । ଠିକା ନିଯୁକ୍ତି, ଆଉଟସୋର୍ସ ନିଯୁକ୍ତି ଫଳରେ ଆଦିବାସୀ ପ୍ରାର୍ଥୀମାନେ ·କିରୀରୁ ବଂଚିତ ହେଉଛନ୍ତି । ଶିଳ୍ପ ବନ୍ଦ, କାରଖାନା, ନଦୀବନ୍ଧ ଯୋଜନା, ଅଭୟା ଅରଣ୍ୟ, ପାର୍କ, ସଂରକ୍ଷିତ ଜଙ୍ଗଳ, ମନ୍ଦିର, ମୂର୍ତ୍ତି ପ୍ରତିଷ୍ଠା ନାମରେ ଆଦିବାସୀମାନଙ୍କୁ ବିସ୍ଥାପନ କରାଯାଉଛି । ଥଇଥାନ କିମ୍ବା କ୍ଷତିପୂରଣ ଦିଆଯାଉନାହିଁ । ୨୦୨୧ ଜନଗଣନାରେ ଓଡିଶାର ଆଦିବାସୀମାନଙ୍କ ଆଦିବାସୀ ଧର୍ମ ଲେଖିବା ପାଇଁ ସ୍ୱତନ୍ତ୍ର କୋଡ ବ୍ୟବସ୍ଥା ନୀତି ପ୍ରତିବାଦରେ ନଭେମ୍ବର ୨୫ରେ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ କରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଆଦିବାସୀମାନଙ୍କ ସମସ୍ୟା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିବାକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ବ୍ରଜ କିଶୋର ସିଂଭୋଇ, ବ୍ଲକ ସଭାପତି ବଳଦେବ ଭୋଇ, ନିମାଇଁ ଝାଙ୍କର, ସନ୍ତୋଷ ପୁଟା, ବନଲତା ମାଝି, କାହ୍ନୁଚରଣ ପ୍ରଧାନ, ଅଷ୍ଟରତ୍ନ ବରିହା, ବିପ୍ର ବିଶି, ବସନ୍ତ ମାଝି, ଦୁଖୀଶ୍ୟାମ ଭୋଇ, ଶରତ ଚନ୍ଦ୍ର ସିଂଭୋଇ, ପଦ୍ମନ ପ୍ରଧାନୀ, ଘିମାନନ୍ଦ ଭୋଇ, ଘନଶ୍ୟାମ ପ୍ରଧାନୀ ପ୍ରମୁଖ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି ।

Leave A Reply

Your email address will not be published.