jayashree

ଜଗଲପାଟରେ ପାରିବାରିକ କଳହରୁ ଅଭାବନୀୟ ଘଟଣା, କୀଟନାଶକ ପିଇ ଚାଲିଗଲା ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାରିବାରିକ କଳହରୁ ଅଭାବନୀୟ ଘଟଣା । କୀଟନାଶକ ପିଇ ଜୀବନ ହାରିଲେ ଜଗଲପାଟ ଗ୍ରାମର କୈଳାଶ ହାତୀ । ତାଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଖସିପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀ ଅସହାୟ ହୋଇପଡ଼ିଛନ୍ତି । ଅନ୍ୟପଟେ, ପୁଅମାନେ ଅନ୍ୟ ରାଜ୍ୟରେ ଦାଦନ ଖଟୁଥିବାରୁ ପରିବାରର ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି । ସୂଚନା ଅନୁସାରେ କୈଳାଶ ମଦ୍ୟପାନ କରିଥିବା ଅବସ୍ଥାରେ ନିଜ ସ୍ତ୍ରୀଙ୍କ ସହ ଝଗଡ଼ା ହେବା ପରେ କୀଟନାଶକ ପିଇ ଦେଇଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । କୈଳାଶଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କ ଆଗାମୀ ଜୀବନ କିପରି କଟିବ, ତାହା ଏବେ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି । ଏଭଳି ଅସହାୟ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ସରକାରୀ ଯୋଜନାରେ ସହଯୋଗ ଯୋଗାଇଦେବାକୁ ଦାବି ହେଉଛି ।

Leave A Reply

Your email address will not be published.