
- ସୁରେଶ ଚନ୍ଦ୍ର ଷଡଙ୍ଗୀ ସଭାପତି ଓ ରତିକାନ୍ତ ନାଏକ ସଂପାଦକ ମନୋନୀତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଯାଦବ ଭବନରେ ପ୍ରାକ୍ତନ ପ୍ରାଧ୍ୟାପକ ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ଜିଲ୍ଲାସ୍ତରୀୟ ଅଧ୍ୟାପକ ମଂଚ ଗଠନ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଜିଲ୍ଲାର ସରକାରୀ ମହାବିଦ୍ୟାଳୟ ଯୁକ୍ତଦୁଇ, ଯୁକ୍ତତିନି, ଅନୁଦାନ ପ୍ରାପ୍ତ ୪୪୮ ବର୍ଗ, ୬୬୨ ବର୍ଗ ତଥା ଅଣ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ସହ ଅବସର ଗ୍ରହଣ କରି ସାରିଥିବା ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେଇଥିଲେ । ସାମୁହିକ ଦୃଷ୍ଟିରୁ ଜିଲ୍ଲାରେ ଅବସ୍ଥାପିତ ଅଧ୍ୟାପକ, ଅଧ୍ୟାପିକାଙ୍କ ସମସ୍ୟା ବିଷୟକ ଚର୍ଚ୍ଚା ଆଲୋଚନା ପାଇଁ ପୂର୍ବରୁ ଏଭଳି କୌଣସି ସଂଘ ଗଠିତ ହୋଇ ନ ଥିବାରୁ ଉକ୍ତ ସଭାରେ ଏକ ନୂତନ ଅଧ୍ୟାପକ ମଂଚ ଗଠନର ରୂପରେଖ ସ୍ଥିରୀକୃତ କରାଯାଇଥିଲା । ଅଧ୍ୟାପକ କବିରାଜ ଭୋଇଙ୍କ ପ୍ରସ୍ତାବ କ୍ରମେ ଡ. ସୁରେଶ ଚନ୍ଦ୍ର ଷଡଙ୍ଗୀଙ୍କୁ ସଭାପତି, ଅଧ୍ୟାପକ ନାରାୟଣ ମିଶ୍ର, ଉପ-ସଭାପତି ଅଧ୍ୟାପକ ରତିକାନ୍ତ ନାଏକ ସଂପାଦକ, ପ୍ରମୋଦ କୁମାର ବଡପଣ୍ଡା, ସହ ସଂପାଦକ ଡ. ଜଗନ୍ନାଥ ସାହୁ କୋଷାଧ୍ୟକ୍ଷ ଓ ଛବିଳ ବଗର୍ତ୍ତୀ, କବିରାଜ ଭୋଇ, ରମେଶ ଚନ୍ଦ୍ର ପ୍ରଧାନୀ, ଶିବ ଶଙ୍କର ଉଦ୍ଗାତା, ପୁରୁଷୋତ୍ତମ ଭଞ୍ଜ, ଦିବାକର ପୋଡ ସଭ୍ୟ ଭାବରେ ମନୋନୀତ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଡ. କୌତୁକ ପନ୍ଦର, ରାଧେଶ୍ୟାମ ସିଂ ସେନାପତି, ପ୍ରମୋଦ କୁମାର ବରାଡ, ଲକ୍ଷ୍ମୀକାନ୍ତ ତ୍ରିପାଠୀ, ରମେଶ ଚନ୍ଦ୍ର ସିଂଦେଓ, ଦଧିବାମନ ପଧାନ, ସତ୍ୟ ନାରାୟଣ ବଗର୍ତ୍ତୀ, ହେମନ୍ତ ସାହୁ, ରବିନ୍ଦ୍ର ସେଠ ପ୍ରମୁଖ ଯୋଗ ଦେଇଥିଲେ । ବଲାଙ୍ଗିର ଜିଲ୍ଲାର ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କୁ ଏହି ମଂଚରେ ସାମିଲ ହେବା ପାଇଁ ଆହ୍ୱାନ କରାଯାଇଥିବା ବେଳେ ଶେଷରେ ଅଧ୍ୟାପକ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।