csstore

ବଲାଙ୍ଗିରରେ ଗଠନ ହେଲା ଏନ୍‌ଜିଓ ଫୋରମ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟାଳୟର ପୁରୁଣା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଓ ପିରାମଲ ଫାଉଣ୍ଡେସନର ଆନୁକୂଲ୍ୟ ତରଫରୁ ଏକ ୨ ଦିନିଆ ଏନ୍‌ଜିଓ କର୍ମଶାଳା ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆ ତଥା ନିତି ଆୟୋଗ ପ୍ରଭାରୀ ସୋନିଆଶ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳାରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ଏନ୍‌ଜିଓ ସଂସ୍ଥା ଗୁଡିକୁ ଏକତ୍ରିତ ହୋଇ ଜିଲ୍ଲାର ଉନ୍ନତିରେ ଏକ ମହତ୍ୱ ପୁର୍ଣ ଭୂମିକା ଗ୍ରହଣ କରିବା ସହ ସମାଜର ତୃଣମୂଳ ସ୍ତରକୁ ସୁଦୃଢ କରାଇବା ଉପରେ ବିଶଦ ଆଲୋଚନା ହୋଇଥିଲା । ପ୍ରଶାସନର ତତ୍ୱାବଧାନରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ କରିବା ସତ୍ୱେ ଏନ୍‌ଜିଓ ସଂସ୍ଥାଗୁଡିକ ଜିଲ୍ଲାର ଅପପୁଷ୍ଟି, ରକ୍ତହୀନତା ଓ ପ୍ରାକ ମେଟ୍ରିକ ଛାତ୍ରବୃତ୍ତି ଆଦି କାର୍ଯ୍ୟକୁ ମିଳିତ ଭାବରେ କରିପାରିଲେ ସମ୍ପୂର୍ଣ ଲକ୍ଷ ସାଧନ ସହଜ ସାପେକ୍ଷ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି । ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବରେ ଆଲେଖ ବିଶ୍ଵାଳ, ସମାଜ ମଙ୍ଗଳ ଅଧିକାରୀ ଖଗେଶ୍ଵର ମହାକୁଡ଼, ଜିଲ୍ଲା ଛାତ୍ରବୃତ୍ତି କୋଡିନେଟର ଶାଶ୍ଵତ କୁମାର ପାଣିଗ୍ରାହୀ, ଜିଲ୍ଲା ପୋଷଣ କୋଡିନେଟର ସମସ୍ତ ଆଞ୍ଚଳିକ ଏନ୍‌ଜିଓ ଗୁଡିକ ଏକତ୍ରିତ ହୋଇଥିଲେ । ଅତିଥିମାନେ ଏନ୍‌ଜିଓ ଗୁଡିକ ସମାଜର ମଙ୍ଗଳ କରିବା ଉଦେଶ୍ୟରେ ସମସ୍ତ କାର୍ଯ୍ୟ କରିବା ସହ ବଲାଙ୍ଗିର ଜିଲ୍ଲାକୁ କିପରି ଆକାଂକ୍ଷୀ ଜିଲ୍ଲାରୁ ପ୍ରେରଣା ଦାୟକ ଜିଲ୍ଲା ଗଢିବା ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିରାମଲ ଫାଉଣ୍ଡେସନ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ଏନ୍‌ଜିଓ ଗୁଡିକ ସହଭାଗିତା ହୋଇ ସେହି ଲକ୍ଷ ପୁରଣ ହୋଇପାରିବ ତାହା ଉପରେ କାର୍ଯ୍ୟ ଯୋଜନା ତିଆରି କରାଗଲା । ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ଏନ୍‌ଜିଓମାନଙ୍କ ସହମତିରେ ଏନ୍‌ଜିଓ ଫୋରମ୍ ର ଗଠନ କରାଗଲା । ପ୍ରାକ୍‌ ମେଟ୍ରିକ ଛାତ୍ରବୃତ୍ତି ଆଦି କାର୍ଯ୍ୟକ୍ରମକୁ କିପରି ସବୁ ପିଲାମାନଙ୍କୁ ମିଳିପାରିବ ସେଥିପାଇଁ ବିଶେଷ ଆଲୋଚନା କରିବା ସହିତ ମିଳିତ ଭାବରେ ଯୋଜନା ବି ତିଆରି କରାଗଲା । ଏହିପରି ଭାବରେ ଆଗାମୀ ଦିନରେ ଅପପୁଷ୍ଟି, ରକ୍ତହୀନତା ବିଷୟରେ ବିଶେଷ ଆଲୋଚନା କରାଯିବ ।

jayashree
Leave A Reply

Your email address will not be published.