jsm

ସୁପ୍ରିୟା ମେମୋରିଆଲ ଜିଲ୍ଲା ନକ୍‌ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

csstore

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ସୁପ୍ରିୟା ମେମୋରିଆଲ ଜିଲ୍ଲା ନକ୍‌ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା କ୍ରୀଡା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ବରଗଡ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ଆଚାର୍ଯ୍ୟ ନବୀକରଣ ହୋଇଥିବା ଦର୍ଶକ ଗ୍ୟାଲେରୀ ଓ ନବ ନିର୍ମିତ ସେଡକୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ କ୍ରୀଡା ସଂସଦ ଉପସଭାପତି ଯୁଗଳ ପ୍ରସାଦ ସିଂ, ପୂର୍ବତନ ସମ୍ପାଦକ ପ୍ରଭାତ ଆଦିତ୍ୟ ମିଶ୍ର, ଫୁଟବଲ ସମ୍ପାଦକ ସେକ ସବଦର, କୋଷାଧ୍ୟକ୍ଷ ଶୁଭ୍ରାଂଶୁ ଶେଖର ମହାପାତ୍ର, ଆଉଟ୍ ଡୋର ଗେମ୍ସ ସମ୍ପାଦକ ସୁରେଶ ଦାଶ, ଜିଲ୍ଲା କ୍ରିକେଟ୍ ସଂଘର ସଭାପତି ହରିହର ପ୍ରଧାନ, କ୍ରୀଡା ସଂସଦ କାଉନସିଲ ସଦସ୍ୟ ବିଷ୍ଣୁ ପ୍ରସାଦ ଧାନୂକା, ଦିଲିପ ସାୱଡ଼ିଆ, ପୂର୍ବତନ କ୍ରିକେଟ୍ ସମ୍ପାଦକ ସୁବ୍ରତ ଚାଟାର୍ଜୀ, ଜିଲ୍ଲା କ୍ରୀଡା ଅଧିକାରୀ ତୁଷାର କାନ୍ତି ମିଶ୍ର, ପ୍ରାକ୍ତନ ଫୁଟବଲ ଖେଳାଳୀ ଅତିଶ ପଣ୍ଡା, ପ୍ରେମନାଥ ଗିରି, ଜ୍ଞାନ ରଞ୍ଜନ ପୂଜାରୀ, ଅନିରୁଦ୍ଧ ମହତ୍ତମ୍, ମନୋରଞ୍ଜନ କୁମାର, ପ୍ରତାପ ଦାଶ, ବବଲୁ ଦାଶ, ନାରାୟଣ ପଣ୍ଡା, ବିକାଶ, ପ୍ରଶାନ୍ତ, ପିନ୍ଟୁ, ଗିରି ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍‌ଘାଟନୀ ମ୍ୟାଚ୍ ଲେଣ୍ଡା କ୍ରୀଡା ସଂସଦ ଓ କଳିଙ୍ଗ ଯୁବକ ସଂଘ, କଟକିଆପଡ଼ା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଲେଣ୍ଡା ଦଳ ମ୍ୟାଚ୍‌କୁ ୪-୦ ଗୋଲରେ ବିଜୟୀ ହୋଇଥିଲେ। ଦଳର ଫକୀର ମେହେର ଏକାକୀ ୩ଟି ଗୋଲ ଦେଇ ପ୍ରଥମ ଦିନରେ ହିଁ ପ୍ରଥମ ହ୍ୟାଟ୍ରିକ ମାରିଥିବା ଖେଳାଳୀ ହୋଇଥିଲେ । ଆଜିର ମ୍ୟାଚ୍‌କୁ ସୁରେଶ ଦାଶ ପରିଚାଳନା କରିଥିବା ବେଳେ ଶୁଭମ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ଭୁଏ, ରଞ୍ଜୁ ଛତ୍ରିଆ, ଉମାକାନ୍ତ ସାହୁ ସହଯୋଗ କରିଥିଲେ । ମ୍ୟାଚ୍ କମିଶନର ଦାୟିତ୍ଵ ତୁଲାଇଥିଲେ ସଚ୍ଚିଦାନନ୍ଦ ପଣ୍ଡା ।

yuvodaya
Leave A Reply

Your email address will not be published.