pakka

କଳାହାଣ୍ଡି ବ୍ଲକସ୍ତରୀୟ ଫୁଟବଲ ମ୍ୟାଚ୍‌ : ଫାଇନାଲରେ ଫୁଫଗା ଟିମ୍ ଚମ୍ପିୟାନ

bbehera

କୋକସରା : କଳାହାଣ୍ଡି ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ଘୁମୁରା ପାଇଁ କୋକସରା ବ୍ଲକସ୍ତରୀୟ ଫୁଟବଲ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କୋକସରା କସ୍ତୁରବା ଖେଳ ପଡ଼ିଆରେ ୪ଟି ଟିମ୍‌ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍‌ ଟେମରା ଓ ଫୁଫଗା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଛି । ପେନାଲଟିକ ସୁଟ୍‌ ଆଉଟରେ ୪/୩ ଗୋଲରେ ଫୁଫଗା ଦଳ ଦ୍ୱିତୀୟ ରାଉଣ୍ଡକୁ ଉନ୍ନିତ ହୋଇଛି । ଦ୍ଵିତୀୟ ଖେଳ ଡହଗାଁ ଓ ଗମ୍ଭାରୀଗୁଡା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଡ଼ହଗାଁ ୧/୦ରେ ବିଜୟୀ ହୋଇଥିଲା । ଫାଇନାଲ ଖେଳ ଡ଼ହଗାଁ ଓ ଫୁଫଗା ଦଳ ମଧ୍ୟରେ ଚିତାକର୍ଷକ ମ୍ୟାଚ୍‌ରେ ୪/୨ ଗୋଲରେ ଫୁଫଗା ଦଳ ମ୍ୟାଚ୍‌ ବିଜୟୀ ହୋଇଛି । ଫୁଟବଲ ଖେଳକୁ ଖେଳ ଶିକ୍ଷକ ଶଙ୍କର ପୋଢ଼, ଚିତ୍ତରଞ୍ଜନ ଠାକୁର ଓ ଗୁଣନିଧି ପୁଝାରି ପରିଚାଳନା କରିଥିଲେ । କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରା ଏହି ବ୍ଲକସ୍ତରୀୟ ଫୁଟବଲ ଖେଳ ପରିଚାଳନା ଦାୟିତ୍ୱରେ ରହିଥିବା ବେଳେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

jay balangir
Leave A Reply

Your email address will not be published.

8 + twenty =

error: Content is protected !!