ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ଠାରେ ଦୁର୍ନୀତି ନିବାରଣ ବିଭାଗ ଓ ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଚଳିତ ମାସ ୨୭ ତାରିଖରୁ ନଭେମ୍ବର ମାସ ୨ ତାରିଖ ପର୍ୟ୍ୟନ୍ତ ପାଳିତ ହେଉଛି । ଚଳିତ ବର୍ଷର ବିଷୟବସ୍ତୁ ‘ସତର୍କ ଭାରତ ସମୃଦ୍ଧ ଭାରତ’ ରଖାଯାଇଛି ।

ଏହି ଅବସରରେ ୨୭ ତାରିଖ ଦିନ ଆରକ୍ଷୀ ଅଧୀକ୍ଷକ, ଦୁର୍ନୀତି ନିବାରଣ ବିଭାଗ ରାଉରକେଲା ତଥା ଅନ୍ୟାନ୍ୟ ସରକାରୀ କାର୍ୟ୍ୟାଳୟରେ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ । ଆରକ୍ଷୀ ଅଧୀକ୍ଷକ, ଦୁର୍ନୀତି ନିବାରଣ ବିଭାଗ ରାଉରକେଲାଙ୍କ ପୌରାହିତ୍ୟରେ ବିଭାଗ କାର୍ଯ୍ୟାଳୟ ପରିସରରେ ଶପଥ ପାଠ ଅନୁଷ୍ଠିତ ହୋଇଥିଲା । ଆରକ୍ଷୀ ଅଧୀକ୍ଷକ, ଦୁର୍ନୀତି ନିବାରଣ ବିଭାଗ ହରେକୃଷ୍ଣ ବେହେରା ଉପସ୍ଥିତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଶ୍ରୀ ବେହେରା ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ କଡାକଡି ପାଳନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଦେଶର ପ୍ରଗତିରେ ଦୁର୍ନୀତି ବାଧକ ସାଜୁଛି । ଏଣୁ ଦୁର୍ନୀତିକୁ ମୂଳୋତ୍ପାଟନ ପାଇଁ ପ୍ରତ୍ୟେକ ବର୍ଗରେ ସାମୁହିକ ବା ବ୍ୟକ୍ତିଗତ ଭାବେ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ ।

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଚଳିତ ବର୍ଷର -Vigilant India Prosperious India / ସତର୍କ ଭାରତ ସମୃଦ୍ଧ ଭାରତ ବିଷୟ ବସ୍ତୁକୁ ନେଇ ଏକ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ସମସ୍ତ କର୍ମଚାରୀ ଏବଂ କର୍ମଚାରୀଙ୍କ ପରିବାର ବର୍ଗଙ୍କ ସଦସ୍ୟ ଗଣ ଅଂଶଗ୍ରହଣ କରିପାରିବେ । କୋଭିଡ କଟକଣା ଯୋଗୁଁ ଚଳିତବର୍ଷର ଏହି ପ୍ରତିଯୋଗିତାଟି ହ୍ୱାଟ୍ସଅପ୍ପ ଜରିଆରେ ଅନୁଷ୍ଠିତ ହେବ । ପ୍ରତିଯୋଗୀ ଓଡ଼ିଆ କିମ୍ବା ଇଂରାଜୀ ଭାଷା ଯେ କୌଣସି ଗୋଟିଏ ଭାଷାରେ ବକୃତା ପ୍ରେରଣ କରିପାରିବେ ।

ବକୃତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସକାଶେ ୩ ମିନିଟ ସମୟ ସୀମା ମଧ୍ୟରେ ଏକ ଭିଡିଓ ରେକର୍ଡ଼ିଂ କରି ହ୍ୱାଟ୍ସଅପ୍ପ ନମ୍ବର ୯୪୩୯୫୫୬୮୮୪କୁ ଚଳିତ ମାସ ୩୦ ତାରିଖ ଦିନ ଦିବା ୧୦ ଘଣ୍ଟା ଠାରୁ ୧୧ଘଣ୍ଟା ମଧ୍ୟରେ ପ୍ରତିଯୋଗୀ ନିଜ ହ୍ୱାଟ୍ସଅପ୍ପ ନମ୍ବରରୁ ସମ୍ପୂର୍ଣ୍ଣ ଠିକଣା, ବିବରଣୀ ସହ ପ୍ରେରଣ କରିବେ । ସବିଶେଷ ତଥ୍ୟ ନିମନ୍ତେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଉରକେଲା ମୋ. ନଂ ୯୯୩୮୩୪୭୬୭୮କୁ ଯୋଗାଯୋଗ କରିପାରିବେ ।

Leave A Reply

Your email address will not be published.