
ବରଗଡ, (ମୁନ୍ନା ସାହୁ) : ପଦ୍ମପୁର ସୋହେଲା ଥାନା ଅନ୍ତର୍ଗତ ଲେଖାପଥର ଛକ ଠାରେ ବୋର୍ୱେଲ୍ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି । ସୂଚନାରୁ ପ୍ରକାଶ ଯେ, ପଦ୍ମପୁରରୁ ସମ୍ବଲପୁର ଅଭିମୁଖେ ନିଜ ପୁଅର ଚିକିତ୍ସା ନିମନ୍ତେ ପିଙ୍କି ମହାପାତ୍ର ନାମକ ଜଣେ ମହିଳା ନିଜ ସ୍କୁଟି (ଓଡ଼ି ୧୭ଏ ଏଚ୍ ୨୦୩୯)ରେ ଯାଉଥିବା ସମୟରେ ଏକ ବୋର୍ୱେଲ୍ ଟ୍ରକ୍ (କେଏ ୦୧ଏମ୍ଏଲ୍୬୧୯୯) ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ପିଙ୍କିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଆହତ ହୋଇଛି । କିଛିଦିନ ପୂର୍ବରୁ ପିଙ୍କିଙ୍କ ସ୍ଵାମୀ ଧନଞ୍ଜୟ ମହାପାତ୍ରଙ୍କ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥଲା । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ମାରିଥିବା ବେଳେ ସୋହେଲା ପୋଲିସ ଘଟଣାସ୍ଥଳକୁ ପହଞ୍ଚିଥିବା ସୂଚନା ମିଳିଛି ।