
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ତୁରେକେଲା ବ୍ଲକ ଝରଣି ଗ୍ରାମରେ ଗୋଟିଏ ଅଟୋ ଓଲଟି ପଡିବାରୁ ଡ୍ରାଇଭର ସହିତ ମୋଟ ୭ ଜଣ ଗୁରୁତର ଆହତ ହୋଇଥିବା ଖବର ମିଳିଛି । ଆହତମାନଙ୍କ ମଧ୍ୟରେ ୬ ଜଣ ନାବାଳକ ଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅଟୋଟି ଝରଣି ଗ୍ରାମ ନିକଟରେ ଅସନ୍ତୁଳିତ ହୋଇ ହଠାତ୍ ଓଲଟି ପଡିଥିଲା । ଘଟଣା ପରେ ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ପଠାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥା ଦେଖି ସମସ୍ତଙ୍କୁ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।