pakka

ତୀର୍ଥ ଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଆହତ

bbehera

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନିଧିପଣ୍ଡା ଛକ ନିକଟରେ ଘଟିଛି ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ପୁରୀରୁ-କଲିକତା ବାଙ୍କୁଡ଼ା ଅଭିମୁଖେ ଯାଉଥିଲା ଏକ ତୀର୍ଥ ଯାତ୍ରୀ ବସ୍‌ । ହେଲେ ବାଲେଶ୍ୱର ନିଧିପଣ୍ଡା ଛକ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହାଫଳରେ ଗାଡିରେ ଥିବା ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ୧୨ ଆହତଙ୍କ ମଧ୍ୟରୁ କିଛି ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

jay balangir
Leave A Reply

Your email address will not be published.

3 × 4 =