ଡିସେମ୍ବର ୧୯ ଓ ୨୦ ତାରିଖ ମା’ ଦୁର୍ଗେଇ ଦେବୀଙ୍କ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲଠାରୁ ନୁଆପଡା ରାସ୍ତାରେ ପ୍ରାୟ ୧୫ କିଲୋ ମିଟର ମନଭଙ୍ଗ ଡେମ୍‌ । ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ମନଲୋଭା ଦୃଶ୍ୟ ସହ କୁଳୁ କୁଳୁ ନାଦରେ ବୋହି ଆସୁଥିବା ମା’ଙ୍କ ନାମରେ ନାମିତ ଝରଣା ଦୁର୍ଗେଇ ଝରଣା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ପ୍ରକୃତିର ଗନ୍ତା ଘର ଗନ୍ଧମାର୍ଦ୍ଦନ ପାଦ ଦେଶରେ ଥିବା ଏହି ସ୍ଥାନ ଏଠାରୁ ପ୍ରାୟ ୧୨ କିଲୋ ମିଟର ଏବଂ ୨ ଘଣ୍ଟାର ଜଙ୍ଗଲ ଏବଂ ପଥୁରିଆ ରାସ୍ତା ଚଢିବା ପରେ ଆସିଥାଏ ମା’ ଦୁର୍ଗାଙ୍କର ପ୍ରାକୃତିକ ପୀଠ । ଏକ ଗୁମ୍ଫା ପରି ସ୍ଥାନରେ ପୂଜା ପାଇଥାନ୍ତି ମା’ ଦୁର୍ଗେ ଦେବୀ । ଚଳିତ ମାସ ଡିସେମ୍ବର ୧୯ ଓ ୨୦ ତାରିଖରେ ଗନ୍ଧମାର୍ଦ୍ଦନ ପାହାଡ ଶୀର୍ଷରେ ଥିବା ମା’ ଦୁର୍ଗେଇ ଦେବୀଙ୍କ ପୂଜନୋତ୍ସବ ଉତ୍ସବ ପାଳିତ ହେବ । ପ୍ରଥମ ଦିବସରେ ମା’ ଦୁର୍ଗେଇ ଦେବୀଙ୍କ ପୂଜାରୀଙ୍କ ଦ୍ୱାରା ପୂଜାର୍ଚ୍ଚନା ସମେତ ରାତିରେ ମାନସିକଧାରୀମାନଙ୍କର ବଳି ପ୍ରଦାନ ସହିତ ଭକ୍ତମାନଙ୍କର ଦର୍ଶନ ହୋଇଥାଏ । ଏହି ମାର୍ଗଶୀର ପୂର୍ଣ୍ଣିମା ରାତିରେ ମା’ଙ୍କର ଦର୍ଶନ ନିମନ୍ତେ ବହୁ ଭକ୍ତ ସମ୍ମିଳିତ ହୋଇଥାନ୍ତି । ଦ୍ୱିତୀୟ ଦିବସରେ ମା’ ଦୁର୍ଗେଇ ଦେବୀଙ୍କ ପୂଜା ସଂପନ୍ନ ହେଲା ପରେ ଭକ୍ତମାନେ ପ୍ରସାଦ ସେବନ କରି ପାହାଡ ଉପରୁ ତଳକୁ ଓହ୍ଲାଇଥାନ୍ତି ବୋଲି ଦୁର୍ଗେଇ ଦେବୀ ପରିଚାଳନା କମିଟି ସଭାପତି ମଧୁସୂଦନ ପାଣ୍ତେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

17 − 6 =

error: Content is protected !!