pakka

ପଦ୍ମପୁର ରାଜବାଟୀର ପ୍ରାଚୀନ ଦୂର୍ଗା ମଣ୍ଡପ ନୂଆ ରୂପ ନେଲା

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ରାଜବାଟୀର ଅତି ପ୍ରାଚୀନ ଦୂର୍ଗାପୂଜା ମଣ୍ଡପକୁ ଏ ବର୍ଷଠାରୁ ନୂଆ କଲେବର ସ୍ଥାୟୀ ମଣ୍ଡପରେ ପରିଣତ କରାଯାଇଛି । ପଦ୍ମପୁର ସହରର ବିଶିଷ୍ଠ ଶିଳ୍ପପତି ଅମରଦୀପ ଅଗ୍ରଓ୍ବାଲଙ୍କ ସମ୍ପୂର୍ଣ୍ଣ ଉଦ୍ୟମ ଓ ହାତରୁ ସମସ୍ତ ଅର୍ଥ ଖର୍ଚ୍ଚ କରି ଶହେ ବର୍ଷର ପୁରୁଣା ମଣ୍ଡପ ଆଜିଠାରୁ ଜୀବନ୍ତ ହୋଇ ଉଠିଛି । ପ୍ରାୟ ୧୫ ଦିନଧରି ଅମରଦୀପଙ୍କ ଅକ୍ଲାନ୍ତ ମଣ୍ଡପର କାନ୍ଥ, ଛାତ ସହ ସିମେଣ୍ଟ ମୂର୍ତ୍ତି, ମଣ୍ଡପର ସୌନ୍ଦର୍ୟ୍ୟ ଓ ଭଣ୍ଡାର ଘରକୁ ନୂଆ ରୂପରେ ତିଆରି କରାଯାଇଛି । ଆଜି ଏହି ଦୂର୍ଗା ମଣ୍ଡପର ଶେଷ ପର୍ଯ୍ୟାୟରେ ମଣ୍ଡପର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଆଜିଠାରୁ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ଏହି ନୂଆ ମଣ୍ଡପଠାରେ ପ୍ରତିଷ୍ଠା ଦିବସ ପାଲିତ ହୋଇଯାଇଛି । ପଣ୍ଡିତ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ ପୂଜାବିଧି କରିଥିବା ବେଳେ କର୍ତ୍ତା ଭାବରେ ଅମରଦୀପ ଅଗ୍ରୱାଲ ଓ ତାଙ୍କ ପତ୍ନୀ ସହ ପରିବାର ପକ୍ଷରୁ ସମସ୍ତେ ଯୋଗଦାନ ଦେଇଥିଲେ । ନୂତନ ମଣ୍ଡପରେ ପୂଜାର୍ଚ୍ଚନା ସମୟରେ ରାଜବାଟୀର ରାଜ ପରିବାର ତରଫରୁ ମହାରାଜା ପ୍ରତାପ କେଶରୀ ସିଂହ ବରିହା, ଯୁବରାଜ ଚନ୍ଦନ ସିଂହ ବରିହା ସମେତ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂହ ବରିହା, ବିଧାୟକଙ୍କ ବଡ଼ଭାଇ ମନୋରଞ୍ଜନ ସିଂହ ବରିହା, ଦୂର୍ଗାପୂଜା କମିଟି ତରଫରୁ କୃଷ୍ଣ ମୋହନ ପଣ୍ଡା, ସଦାନନ୍ଦ ପୁରୋହିତ, ଆଇନଜୀବୀ କିଶୋର ମେହେର, ଉମେଶ ଚନ୍ଦ୍ର ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତା, ପଦ୍ମପୁର ସହରର ସମସ୍ତ ମନ୍ଦିରରୁ ଦୁଇଜଣ ଲେଖାଏଁ କମିଟି ସଦସ୍ୟ ଯୋଗଦାନ ଦେଇଥିବା ବେଳେ ଓକିଲ ସଂଘ ତରଫରୁ ବରିଷ୍ଠ ଆଇନଜୀବୀ ଗୌନ୍ତିଆ କୁମାର ସାହୁ ଯୋଗଦାନ ଦେଇଥିଲେ । ନୂତନ ମଣ୍ଡପରେ ଅନେକ ପ୍ରକାରର କାରୁକାର୍ଯ୍ୟ ଓ ପ୍ରତିମା ସ୍ଥାନ ପାଇଛି । ଏହା ସହିତ ଏହି ମଣ୍ଡପକୁ ପଶ୍ଚିମ ଓଡ଼ିଶାର ଭିନ୍ନ ଭିନ୍ନ କାରୁକାର୍ଯ୍ୟ ଓ ସୌନ୍ଦର୍ଯ୍ୟକରଣରେ ପରିପୂର୍ଣ୍ଣ କରାଯାଇଛି । ବର୍ତ୍ତମାନ ମଣ୍ଡପର ନିର୍ମାଣ କାର୍ଯ୍ୟ ଜନସାଧାରଣଙ୍କୁ ଆକୃଷ୍ଟ କରିଛି । ପୂଜା ସମୟରେ ଏହି ମଣ୍ଡପ ଆଲୋକ ସଜ୍ଜାରେ ଝଲସି ଉଠିବ । ପଦ୍ମପୁର ଅଞ୍ଚଳର ଜଣାଶୁଣା ଶାନ୍ତି ଶିଳ୍ପୀ ଅର୍ଜୁନ ଗିଙ୍ଗରା ଏହି ମଣ୍ଡପକୁ ଶେଷ ସ୍ପର୍ଶ ଦେଇଛନ୍ତି । ସର୍ବ ପୂରାତନ ମଣ୍ଡପରେ ମାଆ ଦୂର୍ଗାଙ୍କ ପୂଜାର୍ଚ୍ଚନା ହୋଇ ଆସୁଥିବା ବେଳେ ଏଥର ନୂଆ ମଣ୍ଡପରେ ଦୂର୍ଗାପୂଜା ପାଳନ ହେଉଥିବାରୁ କର୍ତ୍ତା ଅମରଦୀପ ଅଗ୍ରଓ୍ବାଲଙ୍କୁ ସାର୍ବଜନୀନ ଦୂର୍ଗାପୂଜା କମିଟି ଓ ପଦ୍ମପୁର ସହରବାସୀଙ୍କ ତରଫରୁ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.

18 − eight =