jayashree

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍‌ଏସ୍‌ଏସ୍‌ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ ଉତ୍ସାହର ସହିତ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝା, ଅଜିତ କୁମାର ପଣ୍ଡା, ରାକେଶ ମଲ୍ଲିକ ପ୍ରମୁଖ ଏହି ଜାତୀୟ ସେବା ଯୋଜନା ଛାତ୍ରୀମାନଙ୍କୁ ସମାଜ ସହିତ କିପରି ଯୋଡି ପାରିଛି ଉକ୍ତ ବିଷୟ ଉପରେ ମତ ଦେଇଥିଲେ । ଜାତୀୟ ସେବା ଯୋଜନାର ଉଦ୍ଦେଶ୍ୟ, ସାମାଜିକ ଦାୟିତ୍ୱ ଓ ଯୁବପିଢ଼ିର ଭୂମିକା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏନ୍‌ଏସ୍‌ଏସ୍‌ ପ୍ରୋଗ୍ରାମ ଅଫିସର ଡଃ. ମିନତି ଦେବତା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏହି ଅବସରରେ ଛାତ୍ରୀମାନେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସମାଜସେବା ସମ୍ପର୍କିତ ବାର୍ତ୍ତା ଦେଇଥିଲେ । ଶେଷରେ ସ୍ୱେଚ୍ଛାସେବୀମାନଙ୍କୁ ସମାଜ ପ୍ରତି ନିଜ ଦାୟିତ୍ୱ ପାଳନ କରିବା ସହ ଲୋକଙ୍କ ସେବାରେ ନିରନ୍ତର କାର୍ଯ୍ୟ କରିବାକୁ ଆହ୍ୱାନ କରାଯାଇଥିଲା । ଇତିହାସ ବିଭାଗର ଅଧ୍ୟାପକ ଦିନେଶ ସିଂ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.