ରାଷ୍ଟ୍ରୀୟ ଯୁବ ଦିବସ ପାଳିତ

csstore

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଙ୍ଗୋମୁଣ୍ଡା ତରଫରୁ ବଙ୍ଗୋମୁଣ୍ଡା ଡିଗ୍ରୀ ମହାବିଦ୍ୟାଳୟ, ପ୍ରଶ୍ନପାଳ ମହାବିଦ୍ୟାଳୟ ଭୁଲୁମୁଣ୍ଡା, ଓଡିଶା ଆଦର୍ଶ ବିଦ୍ୟାଳୟ ଭାଲୁମୁଣ୍ଡା, ଓ ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ କପିଳାଭଟାରେ ରାଷ୍ଟ୍ରୀୟ ଯୁବ ଦିବସ ତଥା ସ୍ଵାମୀ ବିବେକାନନ୍ଦଙ୍କ ୧୬୩ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସୁବର୍ଣ୍ଣପୁର ବୌଦ୍ଧ ଜିଲ୍ଲା ସଂଗଠନ ସଂପାଦକ ବିକାଶ ସାହୁ, ରାଜ୍ୟ ସହ ସମ୍ପାଦକ ଆକାଶ କମ୍ପ, ରାଷ୍ଟ୍ରୀୟ କଳାମଞ୍ଚ ସହ ସଂଯୋଜକ ଖଗେଶ୍ୱର ବାଗ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଵାମୀ ବିବେକାନନ୍ଦ ଯିଏ କି ଦେଶର ସମସ୍ୟା ଦୂର କରିବାକୁ ଆଧ୍ୟାତ୍ମିକ ଶକ୍ତିର ମାଧ୍ୟମକୁ ଗ୍ରହଣ କରିଥିଲେ । ଦେଶର ସମସ୍ୟା ଜାଣିବାକୁ ପାଦରେ ପରିକ୍ରମା କରିଥିଲେ । ଭୋକର ଭୂଗୋଳକୁ ସେ ଅତି ନିକଟରୁ ଦେଖିଥିଲେ, ଦେଶର ଭବିଷ୍ୟତ ବିଷୟରେ ତାଙ୍କ ଦୃଷ୍ଟି ଥିଲା ବେଶ୍ ସ୍ପଷ୍ଟ, ସ୍ୱାଧୀନତା କେବଳ ରାଜନୈତିକ ନୁହେଁ ବରଂ ଆର୍ଥିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ହେବା ଦରକାର ବୋଲି ସେ କହିଛନ୍ତି । ଯୁବକମାନେ ଦେଶର ଭବିଷ୍ୟତ, ସେମାନଙ୍କ ମଧ୍ୟରେ ଗଠନମୂଳକ ବିଚାର ବଢ଼ିବା ଦରକାର ବୋଲି ସେ କହିଛନ୍ତି । ଶିକ୍ଷା ହିଁ ସମାଜରେ ଚେତନାର ଜାଗରଣ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ବୋଲି ସେ କହିଥିଲେ । ସମାଜକୁ କ୍ଷୁଧା ମୁକ୍ତ, ଶିକ୍ଷାଯୁକ୍ତ, ସଚେତନ କରାଇବା ପାଇଁ ତାଙ୍କ ଦୃଷ୍ଟି ଥିଲା । ସ୍ଵାମୀ ବିବେକାନନ୍ଦଙ୍କର ଏହି ବିଶେଷ ବିଷୟ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ତଥା ବିଦ୍ୟାର୍ଥୀ ମାନଙ୍କରେ ପାଖରେ ପହଞ୍ଚାଇବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ଜିଲ୍ଲାରେ ଜାନୁଆରୀ ୧୨ରୁ ୨୩ ପର୍ଯ୍ୟନ୍ତ ବିଭିନ୍ନ ମହାବିଦ୍ୟାଳୟ ମାନଙ୍କରେ କାର୍ଯ୍ୟକ୍ରମ କରିବ ରାଜ୍ୟ ସହ ସମ୍ପାଦକ ଆକାଶ କମ୍ପ ମତ ଦେଇଛନ୍ତି ।

Leave A Reply

Your email address will not be published.