jayashree

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ପଞ୍ଚମ ଦିବସ : ଫାଇନାଲ୍‌ରେ ବଙ୍ଗୋମୁଣ୍ଡା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ଚାଲିଥିବା ତୃତୀୟତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଞ୍ଚମ ଦିବସରେ ପହଞ୍ଚିଛି । ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ବିଜେଡି ସାଧାରଣ ସମ୍ପାଦକ ଅଜିତ କୁମାର ଯୋଶୀ, ସମ୍ମାନୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି କୋଷରାଜ ବେହେରା, ଯୁବ ସମାଜସେବୀ ସୁଶାନ୍ତ ବେହେରା, କର୍ଲାପଡା କଲେଜର ଅଧ୍ୟାପକ ରଞ୍ଜିତ ମେହେର, ବେଲପଡ଼ା ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ସମର କୁମାର ଜେନା, ପଣ୍ଡିଚେରୀ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ଛାତ୍ର ଶ୍ରେୟଶ ମେହେର, ସମାଜସେବୀ ଝସକେତନ ମହାନନ୍ଦ, ବିଇଓ ଅଫିସର କିରାଣୀ ମହେନ୍ଦ୍ର ଭୋଇ, କପିଲାଭଟା ପଞ୍ଚାୟତ ଡ୍ରାଇଭର ୟୁନିୟନର ସଭାପତି ଅଜିତ ସଗରିଆ,ସମ୍ପାଦକ ଗୌରୀ ସଗରିଆ, ସଦସ୍ୟ ପିତାମ୍ବର ନାଗ, ସୁମନ ଦାସ, ସୁରେଶ ସାହୁ, ବାଲେଶ୍ଵର ହଂସ, ଲୋକନାଥ ହଂସ, କୈଳାସ ମହାନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପଞ୍ଚମ ଦିବସ ମ୍ୟାଚରେ ବଙ୍ଗୋମୁଣ୍ଡା ଓ ବରତୁଣ୍ଡା ଦଳ ମଧ୍ୟରେ ଖେଳ ହୋଇଥିଲା ହେଲେ ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ ଦେଇ ପାରି ନଥିବାରୁ ଟ୍ରାଇ ବ୍ରେକରର ସହାୟତା ନିଆଯାଇଥିଲା । ଏଥିରେ ବରତୁଣ୍ଡାକୁ ପରାସ୍ତ କରି ବଙ୍ଗୋମୁଣ୍ଡା ଦଳ ଫାଇନାଲ୍‌ରେ ପ୍ରବେଶ କରିଛି । ରେଫରୀ ନିତେଶ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ । ପରମାନନ୍ଦ ଛତ୍ରିଆ ଧାରା ବିବରଣୀ ପ୍ରଦାନ କରିଥିଲେ । ଆୟୋଜକ କମିଟିର ସଂଯୋଜକ ରାହୁଲ ବାଗ, ଉପସଭାପତି ତ୍ରିବିକ୍ରମ ବେହେରା, ସମ୍ପାଦକ ଆଶିଷ ବେହେରା, ସହ ସମ୍ପାଦକ ଗିରିଶ ଅଦା, କୋଷାଧ୍ୟକ୍ଷ ପ୍ରିୟରଞ୍ଜନ ହଂସ, ଉପଦେଷ୍ଟା ଅଶୋକ କୁମାର ବିଶି, ସଦସ୍ୟ ଜିତେନ୍ଦ୍ର ହଂସ, ଅଭିଷେକ ହଂସ, ନିତ୍ୟା ହଂସ, ବିକାଶ ହଂସ, ତରଣୀ ପୁଞ୍ଜି, ସନ୍ତୋଷ ହଂସ ସହ ବହୁ ସଦସ୍ୟମାନେ ସହଯୋଗ କରିଥିଲେ । ଗୁରୁବାର ତେତେଲପଡା ଓ ମନିଗାଁ ଦଳ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହେବ । ୯ ତାରିଖରେ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.