jayashree

ଜିଲ୍ଲା ସିନିୟର ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ତୃତୀୟ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଚାଲିଥିବା ଫୁଟବଲ ଖେଳ ୮ଟି ପଡିଆରେ ହୋଇଯାଇଛି । ଚୁଡାପାଲି ହାଇସ୍କୁଲ ପଡିଆରେ ନକଟାସର ୨-୦ ଗୋଲରେ ରେଙ୍ଗଟାସିଲକୁ ଓ ଗର୍ଜନ ୧-୦ ଗୋଲରେ ଚୁଡାପାଲିକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ପୂର୍ବତନ ଖେଳାଳି ଚେତରାମ ବେହେରା, ଲବ ବାରିକ, ଦନାର୍ଦ୍ଦନ ମହାପାତ୍ର, ବିଜୟ କୁମାର ମେହେର, ଜିଲ୍ଲା କ୍ରୀଡାଧିକାରୀ ପରାସର ବାଗ, କମାଣ୍ଡିଂ ଅଫିସର ନିତ୍ୟାନନ୍ଦ ସେଠ, ଅରୁଣ କୁମାର ପଟେଲ ଓ ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଯୋଗ ଦେଇଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ଖଜୁରପଡା ଟ୍ରାଇବ୍ରେକରରେ ବଡମାଲକୁ ଓ ଜଗୁଆ ଟ୍ରାଇବ୍ରେକରରେ ମଣିଗାଁକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ଦ୍ୱୟ ଭବାନୀ ପ୍ରସାଦ ହୋତା ଓ ଶୁଭ୍ରାଂଶୁ ଦାସ, ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦନ କୁମାର ଶତପଥି, ଟିଟିଲାଗଡ ତହସିଲଦାର ଶଙ୍କର ବାଗ ଓ ପୂର୍ବତନ ସରପଂଚ ପ୍ରଦୀପ ସାହୁ ଯୋଗ ଦେଇଥିଲେ । ଖୁଜେନପାଲି ପଡିଆରେ ବ୍ଲୁ ମାଉଣ୍ଟଟେଣ୍ଟ ସଡନ ଡେଥ୍‌ରେ ଶାସ୍ତ୍ରୀନଗର ଏଫ୍‌ଏକୁ ହରାଇଲା । ଅତିଥି ଭାବେ କ୍ରୀଡା ସଂସଦର କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ ଓ କାଉନସିଲ ସଭ୍ୟ ପ୍ରଭାତ କୁମାର ମିଶ୍ର ଯୋଗ ଦେଇଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ଆଗଲପୁର ୧-୦ ଗୋଲରେ ବିଲେଇସର୍ଡାକୁ ହରାଇ ବିଜୟୀ ହେଲା । ଅତିଥି ଭାବେ ଫ୍ରେଣ୍ଡସ କ୍ଲବ ସଭାପତି ଲୋଟସ ଷଡଙ୍ଗୀ, ସଂପାଦକ ଜଗନ୍ନାଥ ମିଶ୍ର, ସନ୍ତୋଷ ପାଢି ଓ ଡା. ପ୍ରମୋଦ କୁମାର ମିଶ୍ର ଯୋଗ ଦେଇଥିଲେ । ଟାଉନ ହାଇସ୍କୁଲ ପଡିଆରେ ବିକେସି ୟୁନାଇଟେଡ ୫-୦ ଗୋଲରେ ଅନ୍ତର୍ଲାକୁ ହରାଇଲା । ଅତିଥି ଭାବେ ଟାଉନ ବିଜେଡି ସଭାପତି ଶମ୍ଭୁ ପ୍ରସାଦ ନାଗ ଓ ଓଡିଶା ବିଜେଡି ମାଇନରିଟି ସେଲ ସାଧାରଣ ସଂପାଦକ ଇରସାଦ ଖାନ ଯୋଗ ଦେଇଥିଲେ । ସଂସଦର କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ଵର ମିଶ୍ର ଓ ଶ୍ରୀକାନ୍ତ ରାଉତ ମଂଚାସୀନ ଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ମହିପୁର ୪-୦ ଗୋଲରେ ଡାଙ୍ଗବାହାଲକୁ ହରାଇଲା । ଅତିଥି ଭାବେ ଅଧ୍ୟକ୍ଷଦ୍ୱୟ ପୁରୁଷୋତ୍ତମ ମେହେର ଓ ହୃଷିକେଶ ପ୍ରଧାନ, ପ୍ରତାପ କୁମାର ମିଶ୍ର ଓ ଚୁଳମଣି ଭୋଇ ଯୋଗ ଦେଇଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ଏଚ୍‌ଆରଡିଏ ଖଲିଆପାଲି ଟ୍ରାଇବ୍ରେକରରେ କୁଶମେଲକୁ ହରାଇଲା । ଅତିଥି ଭାବେ ପୂର୍ବତନ ସରପଂଚ ସୁଦୀପ କୁମାର ସା, ଅଧ୍ୟକ୍ଷ ଅଶୋକ କୁମାର ଭିତିରିଆ, ସଭାପତି ଲୋଇସିଂହା ଦିଲୀପ କୁମାର ବେହେରା, ବିଶ୍ୱନାଥ ଭୁୟାଁ, ବିଭୁତି ଭୂଷଣ ସାହାଣି, ରାଜ କିଶୋର ନାଏକ ଯୋଗ ଦେଇଥିଲେ । ହଲଦି ପଡିଆରେ ଗୁଲମି ୩-୦ ଗୋଲରେ ବିରିପାଲିକୁ ହରାଇଲା । ଅତିଥି ଭାବେ ପୂର୍ବତନ ଆଂଚଳିକ ନିର୍ଦ୍ଦେଶକ ପ୍ରଦୀପ କୁମାର ନାଗ, ପୂର୍ବତନ ବିଇଓ ଆର୍ତ୍ତତ୍ରାଣ ରଥ, ପ୍ରଧାନଶିକ୍ଷକ ଦ୍ୱୟ ଗୋବର୍ଦ୍ଧନ ସାହୁ ଓ ପୁରୁଷୋତ୍ତମ ବାଗ ଯୋଗ ଦେଇଥିଲେ । ସୁନିଲ ଚନ୍ଦ୍ର ବିଶ୍ୱାଲ, ବଳରାମ ସା, ପ୍ରଦୀପ ବଗର୍ତ୍ତି, ଦେବରାଜ ନାହାକ, ଧବଳେଶ୍ୱର ଦଳବେହେରା, ନରସିଂସ୍ୱାମୀ ନାଇଡୁ, ଅବଦୁଲ ମୁଜିବ ଓ ଉଜ୍ଜଳ ଝାଙ୍କର ମ୍ୟାଚ କମିଶନର ଦାୟିତ୍ୱ ତୁଲାଇଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, ଦୋଳଗୋବିନ୍ଦ ମୁଣ୍ଡା, ସଂଜନ କୁଦେଇ, ରାଜେନ୍ଦ୍ର ସେଠ, ରାଜେନ୍ଦ୍ର ଧରୁଆ, ବିକି ବିଶି, ଶ୍ରବଣ ବାଗ, ଧନେଶ୍ୱର ସେଠ, ଅଭିଷେକ ପ୍ରଧାନ, ପୁରୁଷୋତ୍ତମ ବୁଡେକ, ଜ୍ୟୋତି ମହାନନ୍ଦ, ଜଳନ୍ଧର ସାହୁ, ବୈକୁଣ୍ଠ ଜେନା, ତ୍ରିନାଥ ଚନ୍ଦନ, ମଣ୍ଟୁ ବେହେରା, ଏକଲବ୍ୟ ଦଣ୍ଡସେନା, ସତ୍ୟ ଦଣ୍ଡସେନା, ଡୋଳାମଣି ବଗର୍ତ୍ତି, ଭୁବନେ ଭୋଇ, ସଂଜିବ ମହାରଣା, ସୁଦର୍ଶନ ସେଠ, ସୁରେଶ ନାଏକ, ନିଶାରକାନ୍ତ ନାଗ, ବିଜୟ କୁମାର ରଣା, କରୁଣାକର ପ୍ରଧାନ, ରୋଶନ ମେହେର, ଦିଲୀପ କୁମାର ଧରୁଆ, ବିନୋଦ ପ୍ରଧାନୀ, ଲବ ସୁନାନି, ମଳୟ ଘିବେଲା, ଯଶୋବନ୍ତ ମାଝି, ପାଣ୍ଡବ ବିଶି, ଅଶ୍ୱିନି କୁମାର ଭୁକ୍ତା, ରିଙ୍କୁ ବିଶି, ନିତେଶ ଭୋଇ ପରିଚାଳନା କରିଥିଲେ ।

Leave A Reply

Your email address will not be published.