ls

ମୁରିବାହାଲରେ ଧରନୀ ମହୋତ୍ସବ : ପ୍ରକୃତି ଓ ସଂସ୍କୃତିର ସୁରକ୍ଷାର ସହ ଜଳ, ଜଙ୍ଗଲ ଏବଂ ଜମିର ଲଢେଇର ଆହ୍ୱାନ

2020

ମୁରିବାହାଲ, (ଅଶୋକ ଭୋଇ) : କନ୍ଧାନ ମାଏଟ୍‌, ବୀର ମାଏଟ୍‌, ରଠି ମାଏଟ୍‌, କଳା, ସଂସ୍କୃତିର ମାଏଟ୍‌ ବଲାଙ୍ଗିର ଜିଲାର ମୁରିବାହାଲ ବ୍ଲକ ସଦର ସ୍ଥିତ କନ୍ଧ ପଡା ଠାରେ ଜିଲା କନ୍ଧ ସମାଜ ଯୁବ ସଂଗଠନ ପକ୍ଷରୁ ପ୍ରଥମ ବାର୍ଷିକ ଧରନ ମହୋତ୍ସବ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜାଡେନ ପୀଠ ଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ପାରମ୍ପରିକ ଡାକବାଦ୍ୟ ସହ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ସଭା ସ୍ଥଳକୁ ପହଂଚିବା ପରେ ସଭାକାର୍ୟ୍ୟ ଅନୁଷ୍ଠିତ ହୋଇଥିଲା । ସଂଗଠନର ସଭାପତି ସୁରେଶ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମାନବ ମର୍ୟ୍ୟାଦା ସମ୍ମାନ ପ୍ରାପ୍ତ କ୍ରାନ୍ତିକାରୀ ବୀର ତଥା ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକ୍କା ମୁଖ୍ୟ ଅତିଥି, ଉପସଭାପତି ଧନେଶ୍ୱର ମାଝୀ, ମାଲକାନଗିରି କନ୍ଧ ସମାଜ ସଭାପତି ଗୋପି ପାଙ୍ଗି, କଳାହାଣ୍ଡି କନ୍ଧ ସମାଜର ଯୁବ କାର୍ଯ୍ୟକର୍ତା ଡ଼ମ୍ବରୁଧର ମାଝୀ, ନାରୀନେତ୍ରୀ ବବିତା ମାଝୀ, କିରଣ ଭୋଇ, ବନିତା ପ୍ରଧାନୀ, ବୌଦ୍ଧ ଜିଲା ସଭାପତି ଡ଼ମ୍ବରୁଧର କୁଅଁର, ଉତ୍କଳ କନ୍ଧ ସମାଜ ସହ ସମ୍ପାଦକ ଦୁର୍ଜନ ମାଝୀ, କନ୍ଧ ସଂସ୍କୃତି ଗବେଷକ ମେଦିନି ଧର ଜାନୀ, ଦାମୋଦର ଭୋଇ, ରାଧେଶ୍ୟାମ ଭୋଇ, ଲଳିତ ଜାନୀ, ମିନିକେତନ ପାତ୍ର, ସତ୍ୟନାରାୟଣ ଭୋଇ, ଦାମୋଦର ଭୋଇ, ନିଳେନ୍ଦ୍ରୀ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମତ ବ୍ୟକ୍ତ କରିଥିଲେ । ସାଂସ୍କୃତିକ ସମ୍ପାଦକ ସୋହନ ମାଝୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା ।ସଂଗଠନର ସଭାପତି ସୁରେଶ ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସଂଗଠନର ସମ୍ପାଦକ ଡିଙ୍ଗର ଭୋଇ ବାର୍ଷିକ ବିବରଣୀ ପଠନ କରିଥିଲେ । କନ୍ଧ ଜାତିର ସଂସ୍କୃତି ଓ ପ୍ରକୃତିର ସୁରକ୍ଷା ଆମକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ପ୍ରକୃତିର ପୂଜକ କନ୍ଧ ଜାତି ତାର ସଂସ୍କୃତି, ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବ । ଆଗାମୀ ଦିନରେ କନ୍ଧ ଜାତିର ଏକତାକୁ ସୁଦୃଢ଼ କରି ଜଳ, ଜମି, ଜଙ୍ଗଲ ତଥା ନିଜର ହକ ଅଧିକାର ପାଇଁ ଲଢେଇ କରିବାକୁ ଆହ୍ୱାନ ଦିଆଯାଇଥିଲା । କନ୍ଧାନ ଭାଷା ସୁରକ୍ଷାର ବାର୍ତ୍ତାବହ କନ୍ଧାନ ପତ୍ରିକା “ଧରନୀ” ଏବଂ ୱେବ ନ୍ୟୁଜ ପୋର୍ଟାଲ କନ୍ଧାନ ଟିଭିର ଶୁଭ ଉନ୍ମୋଚନ କରାଯାଇଥିଲା । ପରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିଭା ଧାରୀ ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଇଁତଲା ବ୍ଲକ ସମ୍ପାଦକ ଖୁସିରାମ ଜାନୀ ସଭା ସଂଯୋଜନା କରିଥିଲେ ।କବି ଘନଶ୍ୟାମ ଭୋଇଙ୍କ ସଂଯୋଜନାରେ କନ୍ଧାନ କବିତା ପାଠ ଅନୁଷ୍ଠିତ ହୋଇଥିଲା । କବି କ୍ଷିତିଶ ଚନ୍ଦ୍ର ଭୋଇ, ଲଳିତ ଭୋଇ, ସଂସ୍କୃତି ଗବେଷକ ମେଦିନିଧର ଜାନୀ, ଡମ୍ବରୁଧର ଭୋଇ, ଜିଲା ସହ ସମ୍ପାଦକ ଦୋଳଗୋବିନ୍ଦ ପ୍ରଧାନୀ, ସଂଯୋଜକ ଦୈତାରୀ ଭୋଇ, ଜିଲା କୋଷାଧ୍ୟକ୍ଷ ଡ଼ମ୍ବରୁଧର କୁଅଁର, ସହ ସଂଯୋଜକ ପ୍ରଦୀପ ମାଝୀ, ମୁରିବାହାଲ ବ୍ଲକ ସଭାପତି ଦୁଷିମଣି ପ୍ରଧାନୀ, ସମ୍ପାଦକ ଗୋପାଳ ସିଂ ଭୋଇ, ସହ ସମ୍ପାଦକ ତୁଳସୀ ଭୋଇ, କୋଷାଧ୍ୟକ୍ଷ ରମେଶ ଭୋଇ, ମୁରିବାହାଲ ପଞ୍ଚାୟତ ସଭାପତି କୃତିବାସ ଭୋଇ, ଆଇନ ପରାମର୍ଶଦାତା ଶମ୍ଭୁ ଭୋଇ, ବଙ୍ଗୋମୁଣ୍ଡା ବ୍ଲକ ସଭାପତି ବ୍ରଜ ଭୋଇ, ସମ୍ପାଦକ କୂଳଦୀପ ମାଝୀ, କୋଷାଧ୍ୟକ୍ଷ କେଶବ ଭୋଇ, ଅଶୋକ ନାରାୟଣ ଭୋଇ, ତୁରେକେଲା ବ୍ଲକ ସଭାପତି ଜୟ ଗୋପାଳ ଭୋଇ, ସୋମିତ୍ରୀ ଭୋଇ, ମୋତିରାମ ଭୋଇ, ପରମା ଭୋଇଙ୍କ ସହ ସଂଗଠନର ସମସ୍ତ ବ୍ୟକ୍ତି ସହଯୋଗ କରିଥିଲେ ।

Leave A Reply

Your email address will not be published.