୮ ଦଫା ଦାବୀ ନେଇ ସିଡିପିଓଙ୍କ ଅଫିସ ଆଗରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଧାରଣା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡି ୱାର୍କର୍ସ ପକ୍ଷରୁ ବିଭିନ୍ନ ଦାବୀ ନେଇ ଭୁବନେଶ୍ଵରରେ ଅନ୍ଦୋଳନ ଚାଲିଛି । ଏହି ପରିପ୍ରେକ୍ଷୀରେ ବଙ୍ଗୋମୁଣ୍ଡା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନୱାଡି କର୍ମୀ ଓ ସହାୟିକା ଗୁରୁବାର ୮ ଦଫା ଦାବୀ ନେଇ ଧାରଣାରେ ବସିଛନ୍ତି । ପୂର୍ବରୁ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନର୍ବାର ନିଯୁକ୍ତି, ସରକାରୀ କର୍ମଚାରୀ ଘୋଷଣା, କର୍ମୀଙ୍କୁ ୧୮ ହଜାର ଏବଂ ସହାୟିକାଙ୍କୁ ୯ହଜାର ଟଙ୍କା ଦରମା, ମିନି ଅଙ୍ଗନୱାଡି କର୍ମୀଙ୍କୁ କର୍ମୀ ଘୋଷଣା ସମେତ ଅନ୍ୟ ଦାବୀ ରହିଛି । ବ୍ଲକ ସଭାପତି ସନ୍ଧ୍ୟାରାଣୀ ଦାସ ଯାଦବଙ୍କ ନେତୃତ୍ୱରେ ପ୍ରାୟ ଶତାଧିକ କର୍ମୀ ଓ ସହାୟିକା ଏଥିରେ ସାମିଲ ଅଛନ୍ତି ।

Leave A Reply

Your email address will not be published.

seventeen − 12 =