jsm

ଧାନକିଣାରୁ ବଞ୍ଚିତ ଖଲ୍ଲିକୋଟ ବ୍ଲକ ନାୟିକାଣୀପଲ୍ଲୀ ପଞ୍ଚାୟତର ଚାଷୀକୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ

csstore

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଜିଲ୍ଲା ପ୍ରଶାସନ ଧାନକିଣାରୁ ବଞ୍ଚିତ କରିଥିବା ନେଇ ଖଲ୍ଲିକୋଟ ବ୍ଲକ୍ ନାୟିକାଣୀପଲ୍ଲୀ ପଞ୍ଚାୟତର ଚାଷୀକୁଳ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ । ସବୁଆଡେ ଆନନ୍ଦ ଉଲ୍ଲାସର ସହ ଜିରୋ ନାଇଟ୍ ପାଳି ଭୋଜି ଆସର କରି ମନେଇଥିବା ବେଳେ ଖଲ୍ଲିକୋଟ ବ୍ଲକ ନାୟିକାଣୀପଲ୍ଲୀ ଗ୍ରାମପଞ୍ଚାୟତର ମା’ ମଙ୍ଗଳା ବି. ସ୍ଵଂୟ ସହାୟକ ଗୋଷ୍ଠୀ (ଏସ.ଏଚ.ଜି.) ଗ୍ରୁପ୍‌କୁ ଜିଲ୍ଲା ପ୍ରଶାସନ ଧାନକିଣାରୁ ବଞ୍ଚିତ କରିଥିବା ନେଇ ୩୧ ଅଗଷ୍ଟ ବିଳମ୍ୱିତ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ନାୟିକାଣୀପଲ୍ଲୀ ପଞ୍ଚାୟତର ପୁରୁଷ ଓ ଅଧିକାଂଶ ମହିଳା ଗୋଷ୍ଠୀ ଚାଷୀମାନଙ୍କ ତରଫରୁ ବୁଧବାର ଦିନ ୧୦ ଘଣ୍ଟା ଠାରୁ ସନ୍ଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରି ବସିଥିଲେ । ସ୍ଥାନୀୟ ସରପଞ୍ଚ ମିଥୁନ ଖୁଣ୍ଟିଆଙ୍କ ଦ୍ଵାରା ହୋଇଥିବା ଅଭିଯୋଗକୁ ଅତ୍ୟନ୍ତ ଘୃଣ୍ୟ ପ୍ରଥା ଓ ନିନ୍ଦନୀୟ ବୋଲି ନାୟିକାଣୀପଲ୍ଲୀ ଗ୍ରାମପଞ୍ଚାୟତର ପ୍ରାୟତଃ ତିନିଶହରୁ ଅଧିକ ମହିଳା ଓ ପୁରୁଷ ଗୋଷ୍ଠୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହା ଏକ ଘୋର ଅନ୍ୟାୟ ବୋଲି ମତପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଅଡି ବସିଥିଲେ । ଜିଲ୍ଲାପାଳ ଅନ୍ୟତ୍ର ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବା ହେତୁ ଆସି ପାରିନଥିଲେ । ପରବର୍ତ୍ତୀ ସମୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଭର ପ୍ରତିଶୃତି ଦେଇଥିବା ପରେ ପ୍ରଶାସନର ଅନୁରୋଧ ରକ୍ଷା କରି ସ୍ଥାନ ଛାଡ଼ି ଚାଷୀକୁଳ ନିଜ ଗ୍ରାମକୁ ଫେରିଥିଲେ । ନବବର୍ଷ-୨୦୨୬ ମସିହା ୨ ତାରିଖ ଦିନ ନିଶ୍ଚିତ ରୂପେ ସେମାନଙ୍କର ଦାବି ମୁତାବକ ସମସ୍ୟାକୁ ସମାଧାନ କରିବେ ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ପ୍ରତିଶୃତି ଦେଇଛନ୍ତି ବୋଲି କୁହାଯାଏ ।

yuvodaya
Leave A Reply

Your email address will not be published.