mahavir

ମଣ୍ଡି ବନ୍ଦ ହେବା ପରେ ବି ହେଉଛି ଧାନ ଆରାଇଭାଲ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ବିଭିନ୍ନ ମଣ୍ଡିମାନଙ୍କରେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ମଣ୍ଡି ଖୋଲିଥିବା ବେଳେ ବର୍ତ୍ତମାନ ମଧ୍ୟ କିଛି ଚାଷୀ ନିଜର ଧାନ ବିକ୍ରି କରିପାରି ନଥିବା ଅଭିଯୋଗ କରୁଛନ୍ତି । ଅନ୍ୟପଟେ ଗତ ୨୩ ତାରିଖରୁ ବିଧିବଦ୍ଧ ଭାବରେ ମଣ୍ଡି ବନ୍ଦ ହୋଇଥିଲେ ସୁଦ୍ଧା ବନ୍ଦ ହେବା ପରେ ମଧ୍ୟ ବହୁ ମଣ୍ଡିରେ ଧାନ ଆରାଇଭାଲ କରୁଛନ୍ତି କର୍ମଚାରୀ । ତେବେ ସଠିକ ସମୟ ପୂର୍ବରୁ ମଣ୍ଡି ଖୋଲିଥିବା ବେଳେ ମଧ୍ୟ ଚାଷୀ ନିଜ ଧାନ ବିକ୍ରି କରି ନପାରିଥିବା ନେଇ ଅଭିଯୋଗ କରିଛନ୍ତି । ମଣ୍ଡି ବନ୍ଦ ଆଳରେ ତାଙ୍କ ଧାନ ଆରାଇଭାଲ ହେଉନଥିବା ବେଳେ ମଣ୍ଡି ବନ୍ଦ ହେଲା ପରେ ମଧ୍ୟ ଯେଉଁ ଧାନ ଆସୁଛି ସେହି ଧାନ କାହାର ଏବଂ କେଉଁ ସ୍ୱାର୍ଥରେ ମଣ୍ଡି ବନ୍ଦ ପରେ ମଧ୍ୟ ତାକୁ ଆରାଇଭାଲ କରାଯାଉଛି ତାହା ଏବେ ଚାଷୀ ମହଲରେ ପ୍ରଶ୍ନ ସୃଷ୍ଟି ହେଉଛି । ତେବେ ମଣ୍ଡି ବନ୍ଦ ପରେ ମଧ୍ୟ ଧାନ ଆରାଇଭାଲ କରିଥିବା କଥା ମଣ୍ତି କର୍ମଚାରୀ ମାନିଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ନେଇ ଏ ସବୁ କରାଯାଇଥିଲା ବୋଲି କହିଛନ୍ତି । ଅନ୍ୟପଟେ ଏନେଇ କୌଣସି ସରକାରୀ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.