
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ହୁମ୍ମା ଫାଣ୍ଡି ସମ୍ମୁଖ ଜାତୀୟ ରାଜପଥ ୧୬ ଉପରେ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣ ଆହାତ ହୋଇଥିବା ଜଣାପଡିଛି । ଏକ ଟ୍ରଲର୍ ପିକ୍ଅପ୍ ଭେନ୍ ଓ ବାଇକ୍ ପଛପଟକୁ ଧକ୍କା ଦେବା ଫଳରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଆହତ ବ୍ୟକ୍ତିମାନେ ହେଲେ ହୁମ୍ମା ସହର ଜଣେ ଥିବା ବେଳେ ପିକ୍ଅପ୍ ଭେନ୍ରେ ଥିବା ନୟାଗଡ଼ ଜିଲ୍ଲାର ସୁନାଖଳ ଗ୍ରାମର ୪ ଜଣ ବୋଲି ଜଣାପଡିଛି । ଗୁରୁତର ଆହତ ବ୍ୟକ୍ତିମାନଙ୍କ ପରିଚୟ ସ୍ପଷ୍ଟ ଜଣାପଡିନି । ଆଜି ସନ୍ଧ୍ୟା ୭ଟା ୧୫ ମିନିଟ୍ ସମୟରେ ହୁମ୍ମା ଫାଣ୍ଡି ନିକଟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଦ୍ରୁତଗାମୀ ଟ୍ରଲର୍ (ଜେଏଚ୍ ୦୯ଏ ଏଚ୍ ୯୨୯୪) ଏକ ପିକ୍ଅପ୍ ଭେନ୍ (ଓଡ଼ି ୦୨ ପି୯୧୫୦) ଓ ପଲ୍ସର୍ ବାଇକ୍ର (ଓଡ଼ି ୨୫ ଜି ୯୨୯୫) ପଛପଟକୁ ଧକ୍କା ଦେଲା । ଘଟଣାସ୍ଥଳରେ ପିକ୍ଅପ୍ ଭେନ୍ର ଯାତ୍ରୀ ଓ ବାଇକ୍ ଆରୋହୀ ସଂଖ୍ୟା ମଧ୍ୟରୁ ୩ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ହୁମ୍ମା ଫାଣ୍ଡି ଓ ରମ୍ଭା ପୋଲିସ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଗୁରୁତର ଓ ଆହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ମେଡିକାଲ୍କୁ ପଠାଇଥିଲେ । ଘଟଣାସ୍ଥଳରେ ଟ୍ରଲର୍ଟିକୁ ଜବତ୍ କରିବା ସହ ଡ୍ରାଇଭର୍ ଓ ହେଲ୍ପରକୁ ପୋଲିସ ଅଟକ ରଖିଥିବା ଜଣାପଡିଛି । ଓଭର୍ ବ୍ରିଜ ବିଳମ୍ବ ଯୋଗୁଁ ହୁମ୍ମା ରାଜପଥ ଉପରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ପ୍ରଶାସନ ଓ ସ୍ଥାନୀୟ ଠିକାଦାର ସାଧାରଣ ଲୋକଙ୍କ ଜୀବନ ସହ ଖେଳୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଓଭର୍ ବ୍ରିଜ ଅତିଶୀଘ୍ର ନିର୍ମାଣ କରିବା ପାଇଁ ଦାବି କରାଯାଇଛି ।