om academy

ଓଭର ଟେକ୍‌ କରିବା ସମୟରେ କାର୍‌କୁ ଧକ୍କା ଦେଲା ଟ୍ରକ୍‌

jsm

କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ରାଇସୁଆଁ ନିକଟରେ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ଝୁମ୍ପୁରା ପଟରୁ କେନ୍ଦୁଝର ଅଭିମୁଖେ ଯାଉଥିବା ଏକ କାର୍‌ ଏବଂ ସମାନ ଦିଗରେ ଯାଉଥିବା ଏକ ଟ୍ରକ୍‌କୁ ଆଉ ଏକ ଟ୍ରକ୍‌ ଓଭର ଟେକ୍‌ କରିବା ବେଳେ କାର୍‌କୁ ଧକ୍କା ଦେଇଥିଲା । ଫଳରେ କାର୍‌ଟି ରାସ୍ତା ଉପରେ ହିଁ ଓଲଟି ପଡିଥିଲା । ତେବେ କାର୍‌ ଭିତରେ ଥିବା ୨ ଜଣ ସୌଭାଗ୍ୟ ବଶତଃ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଁଚି କାର୍‌ର କାଚ ଭାଙ୍ଗି ଆହତ ବ୍ୟକ୍ତିକୁ ଉଦ୍ଧାର କରିଥିଲା । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ଗାଡ଼ିଗୁଡିକୁ ପୁଲିସ ଜବତ କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.